ରାଜ୍ୟସ୍ତରୀୟ ଓଡ଼ିଶା ଡିଜିଟାଲ ମିଡ଼ିଆ ବୈଠକ ଅନୁଷ୍ଠିତ

ରଣପୁର, ନୟାଗଡ଼ ଜିଲ୍ଲା ରଣପୁର ସ୍ଥିତ ଥିବା ମା’ ମଣିନାଗଙ୍କ ପୀଠରେ ରାଜ୍ୟସ୍ତରୀୟ ଡିଜିଟାଲ ମିଡ଼ିଆ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ସଭାପତି, ବରିଷ୍ଠ ସାମ୍ବାଦିକ ତଥା ଏଏନଏସ ନ୍ୟୁଜ ପୋର୍ଟାଲର ଅଧ୍ୟକ୍ଷ ତୁଷାର ପଟ୍ଟନାୟକ । ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ପୂର୍ବତନ ସାଂସଦ ରବି ନାରାୟଣ ମହାପାତ୍ର, ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ଇଣ୍ଡିଆ ଜର୍ଣ୍ଣାଲିଜମ୍‌ ଫେଡେରେସନର ସଭାପତି ବିମଳ କ୍ରିଷ୍ଣ ଥମ୍ବ, ଓଡ଼ିଆ ଟ୍ରେଣ୍ଡ ନ୍ୟୁଜ ଚ୍ୟାନେଲର ମୁଖ୍ୟ ସମ୍ପାଦିକା ଶ୍ରୀମତି ସଂଯୁକ୍ତା ଦାସ, ନ୍ୟୁଜ ନର୍‌ଭର ସମ୍ପାଦକ ପ୍ରକାଶ ମିଶ୍ର, ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ବୈଜନ୍ତୀ ମାଳା ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

ତା’ଛଡ଼ା ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିବା ୪ ସାମ୍ବାଦିକ ଯଥା, କୈଳାଶ ଚନ୍ଦ୍ର ସାହୁ, ରଙ୍କନିଧି ଦାସ, ଲକ୍ଷ୍ମଣ କୁମାର ସାମନ୍ତରାୟ, ଓ ଫଟୋଗ୍ରାଫର ବିଚିତ୍ର ସାହୁଙ୍କୁ ଏହି କାର୍ଯ୍ୟକ୍ରମରେ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ‘ଡିଜିଟାଲ ମିଡ଼ିଆକୁ ସରକାରୀ ମାନ୍ୟତା ପ୍ରଦାନ’ ଥିଲା ଏହି ବୈଠକର ମୁଖ୍ୟ ଆଲୋଚନାର ବିଷୟ । ସମସ୍ତ ଜିଲ୍ଲାରୁ ଆସିଥିବା ସାମ୍ବାଦିକ ମାନେ ଡିଜିଟାଲ ମିଡ଼ିଆ, ତା’ର କାର୍ଯ୍ୟ ଓ ସୁବିଧା ଅସୁବିଧା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.