jeypore

ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ, ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଏହି ସେବା

  • Post category:ଓଡିଶା
  • Reading time:1 mins read

ଏଏନଏସ: ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ। ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଏହି ସେବା। ସପ୍ତାହକୁ ୨ଦିନ ସୋମବାର ଓ ଶୁକ୍ରବାର ଉଡ଼ିବ ବିମାନ । ଏନେଇ ବିମାନ ସେବା ଯୋଗାଉଥିବା ସଂସ୍ଥା ଇଣ୍ଡିଆ ୱାନ୍ ଏୟାର ପକ୍ଷରୁ ଟ୍ୱିଟ କରି ସୂଚନା ଜାରି କରାଯାଇଛି। ଏହି ସେବା ଆରମ୍ଭ ହେବା ପରେ ପ୍ରଥମ ଅଫରରେ ମାତ୍ର ୨ ହଜାର ୯୯୯ ଟଙ୍କାରେ ଯାତ୍ରୀମାନେ ଯାତ୍ରା କରି ପାରିବେ। ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତରେ ଏହି ବିମାନ ଚାଲିବ।

ସୂଚନା ଅନୁଯାୟୀ ଏହି ବିମାନ ଭୁବନେଶ୍ବରରୁ ସକାଳ ୭ଟା ୧୦ ମିନିଟରେ ବାହାରି ଜୟପୁରରେ ୮ ଟା ୪୫ ମିନିଟରେ ପହଞ୍ଚିବ। ସେହିପରି ଭାବରେ ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ୧୦ଟା ୩୫ ମିନିଟରେ ପହଞ୍ଚିବ ବୋଲି ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ସୂଚନା ଦିଆଯାଇଛି । 

ଅନ୍ୟମାନଙ୍କୁ ଜଣାନ୍ତୁ।