You are currently viewing କାମରେ ଆସୁନିି ମଣିନାଗ କଲ୍ୟାଣମଣ୍ଡପ

କାମରେ ଆସୁନିି ମଣିନାଗ କଲ୍ୟାଣମଣ୍ଡପ

  • Post category:ଓଡିଶା
  • Reading time:1 mins read

ରଣପୁର, ନୟାଗଡ଼ ଜିଲ୍ଲା ରଣପରୁ ଅଞ୍ଚଳରେ ଥିବା କଲ୍ୟାଣ ମଣ୍ଡପ ଏବେ କାହା କାର୍ଯ୍ୟରେ ଆସୁନାହିଁ । ରଣପୁର ପୂର୍ବତନ ବିଧାୟକ ତଥା ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ରଙ୍କ ଉଦ୍ୟମରେ ୧କୋଟି ବ୍ୟୟ ଅଟକଳରେ ରଣପୁର ମଣିନାଗ ପୀଠାରେ ମୋ ମଣିନାଗ କଲ୍ୟାଣ ମଣ୍ଡପ ନାଁରେ ଏହା ନିର୍ମାଣ ହୋଇଥିଲା । ୨୦୧୯ ମସିହାରେ ଏହି କଲ୍ୟାଣମଣ୍ଡପର ଉଦ୍‌ଘାଟନ ହୋଇଥିଲେ ମଧ୍ୟ ଏବେବି ଅଧାପନ୍ତରିଆ ହୋଇପଡ଼ିରହିଛି । ତେଣୁ ଏହି ସ୍ଥାନରେ ସନ୍ଧ୍ୟା ସମୟରେ ଅସାମାଜିକ ବ୍ୟକ୍ତିଙ୍କ ପାର୍ଦୁଭାବ ବଢ଼ିବାରେ ଲାଗିଛି । ସୂଚନାଅନୁଯାୟୀ, ଠିକାଦାର ତା’ର ପ୍ରାପ୍ୟ ନପାଇବାରୁ କାମ ଅଧାରେ ବନ୍ଦ କରିଦେଇଛି ବୋଲି ଶୁଣିବାକୁ ମିଳୁଛି । ଅପରପକ୍ଷରେ ଏ ସମ୍ପର୍କରେ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ, ସେ ମଧ୍ୟ ସେହି ଉତ୍ତର ଦେଉଛନ୍ତି । ରଣପୁର ବିଡ଼ିଓଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ଯୋଗାଯୋଗ ହୋଇପାରୁନାହିଁ । କଲ୍ୟାଣମଣ୍ଡପକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।