You are currently viewing ଉପାସରେ ପ୍ରଭୁ ଲିଙ୍ଗରାଜ, ବନ୍ଦ ରହିଛି ନୀତିକାନ୍ତି

ଉପାସରେ ପ୍ରଭୁ ଲିଙ୍ଗରାଜ, ବନ୍ଦ ରହିଛି ନୀତିକାନ୍ତି

ଭୁବନେଶ୍ୱର (ଏଏନ୍ଏସ୍): ଉପାସରେ ରହିଛନ୍ତି ପ୍ରଭୁ ଲିଙ୍ଗରାଜ । ବନ୍ଦ ରହିଛି ପ୍ରଭୁଙ୍କ ନୀତିକାନ୍ତି । ଦୁଇ ସେବାୟତଙ୍କ ବିବାଦକୁ ନେଇ ନୀତିକାନ୍ତିରେ ବିଭ୍ରାଟ । ସୂଚନା ଅନୁସାରେ ଗତକାଲି ଶ୍ରାବଣର ଶେଷ ସୋମବାରରେ ପ୍ରଭୁ ଲିଙ୍ଗରାଜଙ୍କ ପଇତା ଲାଗି କରିବାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପ୍ରଭୁଙ୍କ ପାଖରେ କିଏ ପଇତା ଲାଗି କରିବ ଏନେଇ ପୂଜାପଣ୍ଡା ସେବାୟତ ଓ ବଡପଣ୍ଡା ସେବାୟତ ମଧ୍ୟରେ ଏହି ବିବାଦ ୨୦୨୦ରୁ ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ । ଏନେଇ ଗତକାଲି ଠାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିବା ଶ୍ରଦ୍ଧାଳୁଙ୍କ ମନରେ ଉଦବେଗ ପ୍ରକାଶ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।