You are currently viewing ବାଦାମପାହାଡ଼ ଷ୍ଟେସନରୁ ରେଳ ଚଳାଚଳର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ବାଦାମପାହାଡ଼ ଷ୍ଟେସନରୁ ରେଳ ଚଳାଚଳର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ୟୂରଭଞ୍ଜ : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ଗସ୍ତର ଦ୍ବିତୀୟ ଦିନ। ଏହି ଅବସରରେ ଆଜି ବାଦାମପାହାଡ଼ ରେଳ ଷ୍ଟେସନରେ ନୂତନ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି। ବାଦାମପାହାଡ଼-ଟାଟାନଗର ମେମୁ ଟ୍ରେନ୍, ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ୍ ଓ ସାଲିମାର-ବାଦାମପାହାଡ଼ ଏକ୍ସପ୍ରେସ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଏହା ପରେ ବାଦାମପାହାଡରୁ ଟ୍ରେନ୍ ଯୋଗେ ୩୨ କିଲୋମିଟର ରାଇରଙ୍ଗପୁର ଯାତ୍ରା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏହା ପରେ ମୟୂରଭଞ୍ଜ ଗସ୍ତ ସାରି ଅପରାହ୍ନରେ ସମ୍ବଲପୁର ଅଭିମୁଖେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅନ୍ୟମାନଙ୍କୁ ଜଣାନ୍ତୁ।