VKPandian

ପାଣ୍ଡିୟାନଙ୍କ ଇସ୍ତଫା ପରେ ବିରୋଧୀଙ୍କ ପାଟି ଚୁପ୍  

[et_pb_section][et_pb_row][et_pb_column type=”4_4″][et_pb_text]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଫାଇବ-ଟି ସଚିବ ଭି.କେ ପାଣ୍ଡିୟାନ ହଠାତ ସରକାରୀ ଚାକିରିରୁ ଇସ୍ତଫା ଦେବା ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି କରିଛି। ବିରୋଧୀ ଦଳର ଆହ୍ୱାନକୁ ପ୍ରକାରନ୍ତରେ ଗ୍ରହଣ କରିଛନ୍ତି ପାଣ୍ଡିୟାନ। କିନ୍ତୁ ଭାରତୀୟ ପ୍ରଶାସନିକ ସେବାରୁ ହଠାତ ଇସ୍ତଫା ଦେବେ ବୋଲି ବିରୋଧୀ ଦଳମାନେ ବୋଧ ହୁଏ ବିଶ୍ୱାସ କରିପାରୁନଥିଲେ। ଇସ୍ତଫା ଦେବା ପରେ ତତକ୍ଷଣାତ ମୁଖ୍ୟମନ୍ତ୍ରୀ ପାଣ୍ଡିୟାଙ୍କନକୁ ଫାଇବ-ଟି ର ଅଧକ୍ଷ ଦାୟିତ୍ୱ ଦେବା ସହ କ୍ୟାବିନେଟ ପାହ୍ୟାର ମାନ୍ୟତା ମଧ୍ୟ ଦେଇଛନ୍ତି। ରାଜନୈତିକ ମହଲରୁ ମିଳୁଥିବା ସୂଚନା ଅନୁଯାୟୀ ଭି.କେ ପାଣ୍ଡିୟାନ ଙ୍କୁ ନିର୍ବାଚନ ପୂର୍ବରୁ ରାଜ୍ୟ କ୍ୟାବିନେଟ ରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଏପରିକି ଉପମୁଖ୍ୟମନ୍ତ୍ରୀ ପାହ୍ୟା ଦେଇପାରନ୍ତି ବୋଲି ଆଲୋଚନା ହେଉଛି। ଅନ୍ୟ କେହି କେହି ତାଙ୍କୁ ରାଜ୍ୟସଭାକୁ ପଠାଇ ଦିଆଯାଇପାରେ ବୋଲି ଆଲୋଚନା କରୁଥିବା ବେଳେ ବିଜେଡ଼ିର ଜଣେ ରାଜ୍ୟସଭା ସାଂସଦଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ବିଜେଡି ଦଳ ତରଫରୁ ନିର୍ଦେଶ ଦିଆଯାଇଥିବା ଚର୍ଚ୍ଚା ଜୋର ଧରିଛି। ସମ୍ପୃକ୍ତ ନେତା ଜଣକ ଅଭିଵକ୍ତ ପୁରୀ ଜିଲ୍ଲାର କୌଣସି ଏକ ବିଧାନସଭା କ୍ଷେତ୍ରରୁ ବିଧାୟକ ପ୍ରାର୍ଥି ହୋଇପାରନ୍ତି ବୋଲି ସୂଚନା ମିଳୁଛି। ତେବେ ସେ ଯାହା ହେଉନା କାହିଁକି ନବୀନ-ପାଣ୍ଡିୟାନଙ୍କ ଯୋଡି ଏବେ ବି ରାଜ୍ୟରେ ନଂ୧ ତାକୁ ଅସ୍ୱୀକାର କରିହେବ ନାହିଁ । 

[/et_pb_text][/et_pb_column][/et_pb_row][/et_pb_section]

ଅନ୍ୟମାନଙ୍କୁ ଜଣାନ୍ତୁ।