You are currently viewing ଆସନ୍ତା ନିର୍ବାଚନରେ ଆଶାନୁରୂପକ ଫଳ ପାଇବ କି କଂଗ୍ରେସ?

ଆସନ୍ତା ନିର୍ବାଚନରେ ଆଶାନୁରୂପକ ଫଳ ପାଇବ କି କଂଗ୍ରେସ?

ଭୁବନେଶ୍ୱର: ଦେଶ ସ୍ୱାଧିନତା ପାଇବା ପରଠାରୁ ପ୍ରାୟ ସମସ୍ତ ରାଜ୍ୟରେ ଜାତୀୟ କଂଗ୍ରେସ ଶସନ ଡୋର ନିଜ ଅକ୍ତିଆରରେ ରଖିଥିଲା। ପରବର୍ତ୍ତୀ ଅବସ୍ଥାରେ ଦଳ ମଧ୍ୟରେ ଆଭୃନ୍ତରୀଣ, ଗୋଷ୍ଠୀ କନ୍ଦଳ ଓ ଗୋଡ ଟଣାଟଣି ରାଜନୀତି ଓ କଂଗେସ ଦଳକୁ ଦୁର୍ବଳ କରିବାରେ ଲାଗିଲା। ଏହାର ଉଦାହରଣ ହେଉଛି ଓଡ଼ିଶା କଂଗେସ ରାଜ୍ୟ ସଂଗଠନ।

୨୦୦୦ ମସିହା ପରଠାରୁ ଓଡ଼ିଶା ରାଜ୍ୟର ଶାସନଗାର ଆଞ୍ଚଳିକ ବିଜୁଜନତା ଦଳ ହାତରେ ଥିବା ବେଳେ କଂଗ୍ରେସ ଦଳ ରାଜ୍ୟ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରୁନାହିଁ। ରାଜ୍ୟ କଂଗ୍ରେସ ଭିତରେ ବହୁଧା ବିଭକ୍ତ ଗୋଷ୍ଠି କନ୍ଦଳ ରାଜ୍ୟ କଂଗେସକୁ ଏକ ପ୍ରକାର ପଙ୍ଗୁ କରିଦେଇଛି । ୨୦୨୪ ସାଧାରଣ ନିର୍ବାଚନ ହେବାକୁ ଆଉ ଅଳ୍ପଦିନ ବାକି ଥିବା ବେଳେ ରାଜ୍ୟ କଂଗ୍ରେସ ନେତୃମଣ୍ଡଳୀଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ଚରମ ସୀମାରେ ପହଂଚିଛି । ଦଳର ନିମ୍ନସ୍ତରରେ ପ୍ରାୟ ସଂଗଠନ କହିଲେ ଚଲେ। ରାଜ୍ୟ ନେତୃତ୍ୱ ବ୍ଲକ ସ୍ତରରୁ କିଭଳି ଭାବେ ସଂଗଠନକୁ ସୁଦୃଢ କରିବ ସେଥିପ୍ରତି ଧ୍ୟାନ ଦିଆଯାଉନାହିଁ। କେବଳ ଭାଷଣବାଜି ଓ ସାମ୍ବାଦିକ ସମ୍ମିଳନୀ ଭିତରେ କଂଗେସ ଦଳ ସୀମିତ ରହିଛି। ଯାହା ଫଳରେ ଦଳୀୟ କର୍ମୀଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ଧିରେଧିରେ ବିଲୋପ ହେବାରେ ଲାଗିଛି। ଯଦି ଏଭଳି ପରିସ୍ଥିତି ଲାଗି ରହେ ତାହେଲେ ରାଜ୍ୟ କଂଗ୍ରେସ ୨୦୨୪ ନିର୍ବାଚନରେ ଆଶାନୁରୂପକ ଫଳ ପାଇପାରିବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଦେଖିବାକୁ ରହିଲା କଂଗ୍ରେସ  ସଂଗଠନ ଏବେଠୁ ସଜାଗ ହେବ ନା ବିରୋଧିଙ୍କ ମଧ୍ୟରେ ଆତ୍ମ ସମର୍ପଣ କରିବ ।  

ଅନ୍ୟମାନଙ୍କୁ ଜଣାନ୍ତୁ।