monday

ସୋମବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ସାମ୍ନା କରିବାକୁ ପଡ଼ିପାରେ ଅନେକ ସମସ୍ୟା

ଜ୍ୟୋତିଷ ଶାସ୍ତ୍ରରେ, ସୋମବାରକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଛି । ଏହି ଦିନଟି ଭଗବାନ ଶଙ୍କରଙ୍କ ପାଇଁ ସମର୍ପିତ । ବିଶ୍ବାସ ରହିଛି ଯେ, ସୋମବାର ଦିନ ନିଷ୍ଠାର ସହ ମହାଦେବଙ୍କୁ ପୂଜା କଲେ ସମସ୍ତ ମନୋକାମନା ପୂରଣ ହେବା ସହ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ । ଏଥିସହ ଜାତକରେ ଚନ୍ଦ୍ରଙ୍କ ସ୍ଥିତି ମଧ୍ୟ ମଜଭୁତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ, ସମସ୍ତ ଦେବତାମାନଙ୍କ ମଧ୍ୟରେ ଭଗବାନ ଶଙ୍କର ଭକ୍ତର ପୂଜାରେ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି, ଏହି କାରଣରୁ ତାଙ୍କୁ ଭୋଳାନାଥ ବୋଲି କୁହାଯାଇଥାଏ। ସୋମବାର ଦିନ ଭୋଳାଶଙ୍କରଙ୍କୁ ପୂଜା କରିବା ସହ କିଛି ବିଶେଷ ଉପାୟ କରିବା ଦ୍ବାରା ଜୀବନରେ ତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସେହିପରି ଏପରି କିଛି କାମ ରହିଛି ଯାହା ସୋମବାର ଦିନ କରିବା ଆଦୌ ଉଚିତ୍ ନୁହେଁ ।  ତେବେ ଆସନ୍ତୁ ଜାଣିବା ଷୋମବାର ଦିନ କ’ଣ କରିବା ଅନୁଚିତ …

  • ସୋମବାର ଦିନ କମ୍ ପରିମାଣର ଚିନି ବ୍ୟବହାର କରନ୍ତୁ। ଏହି ଦିନ କାହାକୁ ଧଳା ବସ୍ତ୍ର କିମ୍ବା କ୍ଷୀର ଦାନ କରନ୍ତୁ ନାହିଁ ।
  • ଏହି ଦିନ ଉତ୍ତର-ପୂର୍ବ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ଯାତ୍ରା କରିବା ଅଶୁଭ ବୋଲି ବିବେଚନା କରାଯାଏ । ଯଦି କିଛି ଜରୁରୀ କାମ ପାଇଁ ଭ୍ରମଣ କରିବାକୁ ପଡୁଛି ତାହାଲେ, ପ୍ରଥମେ ବିପରୀତ ଦିଗକୁ କିଛି ପାଦ ଚାଲିବା ପରେ ଏହି ଦିଗକୁ ଯାତ୍ରା କରିପାରିବେ ।
  • ଏହି ଦିନ କୂଳ ଦେବତାଙ୍କୁ ନିଶ୍ଚିତ ଭାବେ ପୂଜାର୍ଚ୍ଚନା କରନ୍ତୁ| ଏହା ନକରିବା ଦ୍ୱାରା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
  • ସୋମବାର ଦିନ ରାହୁ କାଳରେ ଯାତ୍ରା କରିବା ଠାରୁ ଦୂରେଇ ରୁହନ୍ତୁ। ଏହି ସମୟ ମଧ୍ୟରେ କୌଣସି ପ୍ରକାରର ଆଧ୍ୟାତ୍ମିକ ଓ ଶୁଭ କାର୍ଯ୍ୟ କରନ୍ତୁ ନାହିଁ ।
  • ଏହି ଦିନ କଦଳୀ, ସୋରିଷ ଶାଗ, କଳା ତେଲ ଓ କଞ୍ଚା ଫଳ ଖାଆନ୍ତୁ ନାହିଁ । ଏହା ବ୍ୟତୀତ କଳା, ନୀଳ, ବାଦାମୀ ଓ ବାଇଗଣୀ ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ ।
  • ଏହି ଦିନ ଭଗବାନ ଶିବଙ୍କୁ ହଳଦିଆ ମିଠା ଓ କଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ ନାହିଁ । ଏପରି କରିବା ଅଶୁଭ ହୋଇଥାଏ ।
  • ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଚନ୍ଦ୍ର ଦୋଷ ରହିଛି ତେବେ ସେ ଏହି ଦିନ କ୍ଷୀର ଦାନ କରିବା ଉଚିତ୍ ନୁହେଁ ।
ଅନ୍ୟମାନଙ୍କୁ ଜଣାନ୍ତୁ।