You are currently viewing ଅନେକ ସମସ୍ୟା ଦୂର କରେ ରୋଷେଇ ଘରେ ବ୍ୟବହୃତ ହେବା ମସଲା : ଜାଣନ୍ତୁ କିପରି? 

ଅନେକ ସମସ୍ୟା ଦୂର କରେ ରୋଷେଇ ଘରେ ବ୍ୟବହୃତ ହେବା ମସଲା : ଜାଣନ୍ତୁ କିପରି? 

ରୋଷେଇ ଘରେ ବ୍ୟବହାର ହେଉଥ‌ିବା ବିଭିନ୍ନ ମସଲା ଖାଦ୍ୟର ସ୍ଵାଦ ବଢାଇବା ସହ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏପରି କେତେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ମସଲାର ବ୍ୟବହାର ଦ୍ଵାରା ଦୂର କରି ହେବ । ଜାଣନ୍ତୁ..

ଲୁଣ ବିନା ଖାଦ୍ୟ ସ୍ଵାଦହୀନ। ଜ୍ୟୋତିଷ ଶାସ୍ତ୍ରରେ ଲୁଣ ସୂର୍ଯ୍ୟ ଗ୍ରହଙ୍କ ସହ ଜଡିତ । ତେଣୁ ଜାତକରେ ଥିବା ଅନେକ ସମସ୍ୟାକୁ ଦୂର କରିବା ପାଇଁ, କରଜରୁ ମୁକ୍ତି ଲୁଣକୁ ଆଦୌ ନଷ୍ଟ କରନ୍ତୁ ନାହିଁ। ଲୁଣ ପାଣିରେ ଘର ପୋଛନ୍ତୁ।

ସେହିପରି ରୋଷେଇରେ ବ୍ୟବହୃତ ହେଉଥିବା ଜୀରା ରାହୁ–କେତୁଙ୍କ ସହ ଜଡିତ। ମଙ୍ଗଳବାର ଦିନ ଦହି ଓ ଜିରା ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତି ହେବା ସହ ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ ।

ହଳଦୀ ବୃହସ୍ପତିଙ୍କ ସହ ଜଡିତ। ଜାତକରେ ବୃହସ୍ପତିଙ୍କ ଶୁଭଫଳ ପ୍ରାପ୍ତି ପାଇଁ ଓ ଭାଗ୍ୟ ଚମକାଇବା ପାଇଁ, କାର୍ଯ୍ୟରେ ସଫଳତା ପାଇଁ ହଳଦୀ ସେବନ କରନ୍ତୁ।

ଲଙ୍କା ମଙ୍ଗଳ ଗ୍ରହଙ୍କ ସହ ଜଡିତ। ମଙ୍ଗଳଙ୍କ ଶୁଭଫଳ ପାଇଁ, ସାହାସୀ ହେବା ପାଇଁ, ଶତ୍ରୁ ନାଶ ପାଇଁ, ଜାତକରେ ଶୁଭଫଳ ପ୍ରାପ୍ତି ପାଇଁ ଲଙ୍କା ଦାନ କରନ୍ତୁ।

ଧନିଆ ବୁଧଗ୍ରହଙ୍କ ସହ ଜଡିତ । ଘରେ ଧନସମ୍ପତ୍ତି ବୃଦ୍ଧି ପାଇଁ ଧନିଆର ସେବନ ନିଶ୍ଚୟ କରନ୍ତୁ। ବୁଧଗ୍ରହଙ୍କ ଶୁଭଫଳ ଦ୍ଵାରା ଧନର ଆଗମନ ହୋଇଥାଏ।

 

ଅନ୍ୟମାନଙ୍କୁ ଜଣାନ୍ତୁ।