You are currently viewing ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର; କରନ୍ତୁ ଏହି ସବୁ କାମ, ଲାଭ ହେବ ମହାଦେବଙ୍କ କୃପା

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର; କରନ୍ତୁ ଏହି ସବୁ କାମ, ଲାଭ ହେବ ମହାଦେବଙ୍କ କୃପା

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସକୁ ଧର୍ମର ମାସ ବୋଲି କୁହାଯାଇଥାଏl ଏହି ସମୟରେ ବହୁ ଭକ୍ତ ମାସ ସାରା ଆମିଷ ନ ଖାଇବା ସହ କିଛି ଲୋକେ ପିଆଜ ରଶୁଣ ମଧ୍ୟ ଖାଇନଥାନ୍ତିl ବଗ ଏହି ମାସରେ ମାଛ ଖାଇବା ଛାଡ଼ିଦେଏ ବୋଲି ମାନ୍ୟତା ଅଛି l ତେବେ  ସମସ୍ତ ଦିନ ଅପେକ୍ଷା କାର୍ତ୍ତିକ ସୋମବାରର  ହିନ୍ଦୁ ଧର୍ମରେ ଖୁବ ମହତ୍ୱ ରହିଛି l ମାନ୍ୟତା ରହିଛି ଯେ କାର୍ତ୍ତିକ ସୋମବାର ଦିନ ମହାଦେବଙ୍କ କୃପା ଲାଭ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏl ତେବେ ଆସନ୍ତୁ ଜାଣିବା କାର୍ତ୍ତିକ ମାସ ସୋମବାରରେ କଣ କଲେ ମହାପ୍ରଭୁଙ୍କ କୃପା ଲାଭ କରିପାରିବେ….. 

* କାର୍ତିକ ସୋମବାର ଦିନ ଶିବ ମନ୍ଦିରରେ ଶିବ ଲିଙ୍ଗକୁ ପଞ୍ଚାମୃତରେ ସ୍ନାନ କରାଇବା ଦ୍ୱାରା ମହାଦେବଙ୍କ କୃପା ମିଳିଥାଏ ଓ ଜୀବନର ସମସ୍ତ ବିଘ୍ନ ଦୂର ହୋଇଥାଏ l

* ମାନ୍ୟତା ରହିଛି ଯେ କାର୍ତ୍ତିକ ମାସ ସୋମବାର ଦିନ ମହାଦେବଙ୍କ ନିକଟରେ ରୁଦ୍ରାଭିଷେକ କରାଇବା ଦ୍ୱାରା ଜୀବନର ସମସ୍ତ ବିଘ୍ନ ଦୂର ହୋଇଥାଏ ଓ ଅଟକି ଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ l

* ଯେଉଁମାନେ ସନ୍ତାନ ହୀନ ସେମାନେ ମହାଦେବଙ୍କୁ ଘିଅ ଓ ଗଙ୍ଗା ଜଳରେ ଅଭିଷେକ କରାଇବା ଦ୍ୱାରା ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ l

* ମାନ୍ୟତା ରହିଛି ଯେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସୋମବାର ଦିନ ମହାଦେବଙ୍କୁ ଆଖୁ ରସରେ ଅଭିଷେକ କରାନ୍ତୁ l ଯାହାଦ୍ୱାରା ଆର୍ଥିକ ଅନାଟନ ଦୂର ହୋଇଥାଏl

* କାର୍ତ୍ତିକ ମାସରେ ଦୀପ ଦାନର ଖୁବ ମହତ୍ୱ ରହିଛି l କିନ୍ତୁ ବିଶେଷ ଭାବେ କାର୍ତ୍ତିକ ମାସ ସୋମବାର ଦିନ ଦୀପ ଦାନ କରିବାର ବିଶେଷ ମହତ୍ୱ ରହିଛି l ଏହି ଦିନ ଦୀପ ଦାନ କରି ଶିବ ପଞ୍ଚକ୍ଷରୀ ପାଠ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏl

* ସେହିପରି ଏହି ମାସର ସୋମବାର ଦିନ  ଚାଉଳରେ କଳା ରାଶି ମିଶାଇ ଦାନ କରିବା ଦ୍ୱାରା ମଧ୍ୟ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ମାନ୍ୟତା ରହିଛି l

* ସୋମବାର ଦିନ ଶିବ ମନ୍ଦିରରେ ରୁଦ୍ରାକ୍ଷ ଦାନ କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତିର ଆଗମନ ହୋଇଥାଏ l

ଅନ୍ୟମାନଙ୍କୁ ଜଣାନ୍ତୁ।