You are currently viewing ଆଇସିସି ଦିନିକିଆ ବିଶ୍ୱକପ: ଟକ୍କର ଦେବେ ଭାରତ-ଶ୍ରୀଲଙ୍କା 

ଆଇସିସି ଦିନିକିଆ ବିଶ୍ୱକପ: ଟକ୍କର ଦେବେ ଭାରତ-ଶ୍ରୀଲଙ୍କା 

  • Post category:କ୍ରୀଡା
  • Reading time:1 mins read

ମୁମ୍ବାଇ: ଚଳିତ ଆଇସିସି ଦିନିକିଆ ବିଶ୍ୱକପ୍‌ରେ ଭାରତ ଆଜି ତାର ୭ମ ମ୍ୟାଚ ଶ୍ରୀଲଙ୍କା ସହ ଖେଳିବ। ମୁମ୍ବାଇର  ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ପରସ୍ପରକୁ ସାମ୍ନା କରିବେ ଦୁଇ ଦଳ ପୂର୍ବ ମ୍ୟାଚଗୁଡ଼ିକରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ହରାଇ ଟୁର୍ନାମେଣ୍ଟରେ ଏକମାତ୍ର ଦଳ ଭାବେ ଅପରାଜେୟ ରହିଛି ଟିମ୍‌ ଭାରତ।ଯଦି ଆଜିର ଏହି ମ୍ୟାଚ ଭାରତ ଜିତିବ ତେବେ ସେମିଫାଇନାଲ ପ୍ରବେଶ ନିଶ୍ଚିତ ହୋଇଯିବ। ସେହିପରି  ଅନ୍ୟପକ୍ଷରେ ଯଦି ଶ୍ରୀଲଙ୍କା ପରାଜିତ ହେଉଛି ତେବେ ଚଳିତ ବର୍ଷ ଶ୍ରୀଲଙ୍କାର ବିଶ୍ୱକପ୍‌ ଅଭିଯାନ ଏକପ୍ରକାର ଶେଷ ହେବ।

ଭାରତ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର/ଈଶାନ କିଶନ, କେଏଲ୍ ରାହୁଲ (ୱିକେଟ୍‌ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି, କୁଲଦୀପ ଯାଦବ, ମହମ୍ମଦ ସାମି/ଶାର୍ଦୁଳ ଠାକୁର।

ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶ: ପଥୁମ ନିଶଙ୍କା, ଦିମୁଥ କରୁଣାରତ୍ନେ, କୁସାଲ ମେଣ୍ଡିଜ୍ (ୱିକେଟରକ୍ଷକ/ଅଧିନାୟକ), ସଦୀରା ସମରବିକ୍ରମା, ଚରିତ ଅସଲଙ୍କା, ଧନଞ୍ଜୟ ଡି’ସିଲଭା, ଆଞ୍ଜେଲୋ ମାଥ୍ୟୁସ, ମହେଶ ତୀକ୍ଷଣା, କସୁନ ରଜିଥା, ଦୁସ୍ମନ୍ତ ଚାମିରା, ଦିଲସାନ ମଧୁଶଙ୍କା।

ଅନ୍ୟମାନଙ୍କୁ ଜଣାନ୍ତୁ।