You are currently viewing ଆଇଟି ମନ୍ତ୍ରାଳୟ ପକ୍ଷରୁ ୨୨ ଆପ୍, ୱେବ୍‌ସାଇଟ୍ ବ୍ଯାନ୍ 

ଆଇଟି ମନ୍ତ୍ରାଳୟ ପକ୍ଷରୁ ୨୨ ଆପ୍, ୱେବ୍‌ସାଇଟ୍ ବ୍ଯାନ୍ 

ନୂଆଦିଲ୍ଲୀ: ମହାଦେବ ସଟ୍ଟାବାଜି ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଜାରି ରଖୁଥ‌ିବା ବେଳେ ଆଇଟି ମନ୍ତ୍ରାଳୟ ରବିବାର ମହାଦେବ ବ୍ଲକ୍ ଅନ୍‌ଲାଇନ୍ ଓ ଅନ୍ୟ ୨୧ଟି ସଟ୍ଟାବାଜି ଆପ୍ ତଥା ୱେବ୍‌ସାଇଟ୍ ବିରୋଧରେ ବ୍ଲକିଂ ଅର୍ଡ଼ର ଜାରି କରିଛି ।

 ସୂଚନା ପ୍ରଯୁକ୍ତି ଅଧୂ ନିୟମର ଧାରା ୬୯ (ଏ) ଅନୁଯାୟୀ, ଏହି ଆଦେଶ ଇଡିର ସୁପାରିସ ଭିଭିରେ ଜାରି ହୋଇଥିବା ଜଣାପଡ଼ିଛି। ଆଇଟି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ଏ ସମ୍ବନ୍ଧରେ ଏକ ବିବୃତି ଦେଇଛନ୍ତି। ସେଥ‌ିରେ କୁହାଯାଇଛି ଛତିଶଗଡ଼ ସରକାରଙ୍କ ପାଖରେ ଧାରା ୬୯ (ଏ) ଅନୁଯାୟୀ ୱେବ୍‌ସାଇଟ୍/ଆପ୍ ବନ୍ଦ କରିବା ଅଧିକାର ଅଛି । କିନ୍ତୁ ରାଜ୍ୟ ସରକାର ସେପରି କରି ନାହାନ୍ତି। ମହାଦେବ ବୁକ୍ ମାଲିକଙ୍କୁ ଚଳିତ ବର୍ଷ ଅଗଷ୍ଟରେ ଗିରଫ କରାଯାଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।