You are currently viewing ଅଭିନେତା ଅମିତ ସାଧଙ୍କୁ କରୋନା

ଅଭିନେତା ଅମିତ ସାଧଙ୍କୁ କରୋନା

ନୂଆଦିଲ୍ଲୀ ୦୧/୧୨: ମନୋରଞ୍ଜନ ଜଗତରୁ ପ୍ରତିଦିନ କେହି ନା କେହି କରୋନା ସଂକ୍ରମିତ ହେଉଛନ୍ତି। ଗତ ସପ୍ତାହରେ ଅଭିନେତା କମଲ ହାସନ କରୋନା ଭାଇରସର ଶିକାର ହୋଇଥିବା ବେଳେ ବର୍ତ୍ତମାନ ବଲିଉଡ ଅଭିନେତା ଅମିତ ସାଧ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ଅମିତ  ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ‘ଅନେକ ସତର୍କତା ଅବଲମ୍ବନ କରିବା ପରେ ମଧ୍ୟ ମୋର କରୋନା ରିପୋର୍ଟ ପଜେଟିଭ୍ ଆସିଛି। ଲକ୍ଷଣ ଗୁଡ଼ିକ ବହୁତ କମ୍ ଅଛି, କିନ୍ତୁ ମୁଁ ସମସ୍ତ ପ୍ରୋଟୋକଲ୍ ଅନୁସରଣ କରୁଛି । ମୁଁ ନିଜକୁ ଆଇସୋଲେଟ୍ କରି ଘରେ କ୍ୱାରେଣ୍ଟାଇନରେ ରହୁଛି। ମୁଁ ଜାଣିଛି ମୁଁ ଶକ୍ତିଶାଳୀ ହୋଇ ବାହରିବି । ଆପଣ ସୁରକ୍ଷିତ ରୁହନ୍ତୁ ଏବଂ ଅନ୍ୟମାନଙ୍କର ଯତ୍ନ ନିଅନ୍ତୁ। ଲଭ୍ ୟୁ ଅଲ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।