You are currently viewing ଏବିସି ଜୁସ କ’ଣ? ଆସନ୍ତୁ ଜାଣିବା, ସେବନ ଦ୍ୱାରା ଶରୀରକୁ ମିଳେ କି ଲାଭ 

ଏବିସି ଜୁସ କ’ଣ? ଆସନ୍ତୁ ଜାଣିବା, ସେବନ ଦ୍ୱାରା ଶରୀରକୁ ମିଳେ କି ଲାଭ 

ଏବିସି ଜୁସ ଶୁଣିବା ମାତ୍ରକେ ନାମଟି ଖୁବ ଅଦ୍ଭୁତ ଲାଗୁଥିବା l ଏମିତିରେ ତ ଆମେ ପ୍ରତ୍ୟେକ ଫଳ ନାମରେ ଅଲଗା ଅଲଗା ଜୁସ ବିଷୟରେ ଶୁଣିଛୁ, ଯେପରିକି ଆମ୍ବ ଜୁସ, କମଳା ଜୁସ, ସପୁରୀ ଜୁସ ଇତ୍ୟାଦି, କିନ୍ତୁ ଏହି ଏବିସି ଜୁସ କଣ ? ଏହା ନିଶ୍ଚିନ୍ତ ଭାବରେ ଆପଣଙ୍କ ମନରେ କିଛି ଗୋଟିଏ ଧାରଣା ସୃଷ୍ଟି କରୁଥିବl ଏବିସି ଜୁସ ଅର୍ଥ ଏ ରେ ଆପେଲ ବା ସେଓ, ବି ରେ ବିଟ ରୁଟ ଏବଂ ସି ରେ କ୍ୟାରଟ ବା ଗାଜରରେ ପ୍ରସ୍ତୁତ ଜୁସ ଅଟେ l ଏହି ଜୁସ ଫିଟନେସ ପସନ୍ଦ ବ୍ୟକ୍ତିଙ୍କର ଖୁବ ପ୍ରିୟ ଅଟେ l ଏହା ଶରୀରକୁ ସୁସ୍ଥ ରଖିବା ସହିତ ଡିଟକ୍ସ ମଧ୍ୟ କରିଥାଏ l ଏବିସି ଜୁସରେ ଜିଙ୍କ, ପୋଟାସିୟମ, ମାଙ୍ଗାନିଜ, ଭିଟାମିନ ଏ, ଭିଟାମିନ ବି 6, ଭିଟାମିନ ସି, କ୍ୟାଲସିୟମ, କପର, ଆଇରନ ଓ ମଗ୍ନେଶୀୟମ ଆଦି ନିୟୁଟ୍ରିଏଣ୍ଟସ ରହିଛି l  ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ବିଧି ଓ ପିଇବା ଦ୍ୱାରା କଣ ଲାଭ ହୋଇଥାଏl

ଏବିସି ଜୁସ ପିଇବାର ଲାଭ
ତେବେ ଏହି ଏବିସି ଜୁସରେ ଏତେ ଗୁଡିଏ ନିୟୁଟ୍ରିଏଣ୍ଟସ ଓ ଆଣ୍ଟି ଅକ୍ସିଡେଣ୍ଟ ଥିବା କାରଣରୁ ଜୁସ ଆମ ଇମ୍ୟୁନିଟିକୁ ଷ୍ଟ୍ରଙ୍ଗ ରଖିଥାଏ ଓ ଶ୍ୱେତ ରକ୍ତ କଣିକା ବା ହ୍ୱାଇଟ ବ୍ଲଡ଼ ସେଲ ମଧ୍ୟ ବୃଦ୍ଧି କରିଥାଏl  ଶରୀରର ଅନେକ ଗୁଡିଏ ନିୟୁଟ୍ରିଏଣ୍ଟସ ଏହି ଜୁସ ପିଇବା ଦ୍ୱାରା ଠିକ ରହିଥାଏ ଓ ଶରୀରରେ କମ ଥିବା ଭୀଟାମୀନସ ମଧ୍ୟ ପୂର୍ଣ୍ଣ ହୋଇଥାଏ l ଶରୀରକୁ ଏହି ଜୁସ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ ଏବଂ ବର୍ଜ୍ୟ ବସ୍ତୁକୁ ଶରୀରରୁ ବାହାର କରିଥାଏ l ଏଥି ସହ ତ୍ୱଚାରେ ପ୍ରାକୃତିକ ଚମକ ମଧ୍ୟ ଆଣିଥାଏl

ଏହି ଜୁସ ସେବନ ଦ୍ୱାରା ଉଭୟ ତ୍ୱଚା ଓ କେଶକୁ ଭଲ ଫଳ ମିଳିଥାଏ l ଯାହାଦ୍ୱାରା ସ୍କିଂ ଟାଇଟ ରୁହେ ଓ କେଶ ଝଡ଼ିବା କମି ଯାଇଥାଏl ବିଶେଷ କଥାଟି ହେଲା ଓଜନ ହ୍ରାସ କରିବାରେ ଏବିସି ଜୁସ ସାହାଯ୍ୟ କରିଥାଏ l ଗ୍ୟାସ, ଏସିଡ଼ିଟି ସମସ୍ୟା ଦୂର ହୋଇ ଖାଦ୍ୟ ହଜମ ସହଜରେ ହୋଇଥାଏl କୋଲେଷ୍ଟ୍ରଲ ହ୍ରାସ କରି ବ୍ଲଡ଼ ପ୍ରେସର ମଧ୍ୟ ସନ୍ତୁଳନ ରଖିବାରେ ଏହି ଜୁସ କାମ ଦେଇଥାଏ, ଶରୀରକୁ ଶୀତଋତୁରେ ରୋଗ ମୁକ୍ତ ମଧ୍ୟ ରଖିଥାଏ l

ଏବିସି ଜୁସ ପ୍ରସ୍ତୁତ କରିବାର ବିଧି

ସେଓ, ଗାଜର, ବିଟ ରୁଟକୁ ଭଲରେ ଧୋଇ କାଟି ନିଅନ୍ତୁ, ଏହାକୁ ମିକସି ଯାରରେ ପକାଇ ସେଥିରେ ସାମାନ୍ୟ ଗୁଡ଼ ଗୁଣ୍ଡ, କଳା ଲୁଣ ସ୍ୱାଦ ଅନୁସାରେ ମିଶାଇ ନିଅନ୍ତୁ , ସାମାନ୍ୟ ପାଣି ଦେଇ ପେଷି ଦିଅନ୍ତୁ l ଏହାପରେ ଗ୍ଲାସରେ ଢାଳି ସେଥିରେ ସାମାନ୍ୟ ଲେମ୍ବୁ ଚିପୁଡ଼ି ସେବନ କରନ୍ତୁl

ଅନ୍ୟମାନଙ୍କୁ ଜଣାନ୍ତୁ।