ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଏହି ଶାଗ

ଆଣ୍ଠୁଗଣ୍ଠି ଏବଂ ମେରୁଦଣ୍ଡରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଚାଲିବା ବୁଲିବାରେ କଷ୍ଟ ଅନୁଭବ ହୋଇଥାଏ ।। ଆଣ୍ଠୁଗଣ୍ଠି ଏବଂ ମେରୁଦଣ୍ଡରେ ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଯେମିତିକି ଆର୍ଥ୍ରାଇଟ୍ସ, ଏସୋପ୍ଟିକ୍ ନେକ୍ରୋସିସ୍, ଗଣ୍ଠି ସଂକ୍ରମଣ, ଟ୍ୟୁମର୍, ଆଷ୍ଟିଓକୋଡ୍ରାଇଟ୍ସ ଇତ୍ୟାଦି। ଏହି ଯନ୍ତ୍ରଣାରୁ ରକ୍ଷାପାଇବା ପାଇଁ ଔଷଧ ସେବନ କରିବାକୁ ପଡ଼ିଥାଏ ଏବଂ ଏଥିରେ ଉପଶମ ନ ହେଲେ ଅସ୍ତ୍ରୋପଚାର କରିବାକୁ ମଧ୍ୟ ପଡିଥାଏ । ଏଭଳି ମାରାମତ୍କ ଯନ୍ତ୍ରଣାର ଉପଶମ ଘରୋଇ ଉପଚାର ମାଧ୍ୟମରେ ମଧ୍ୟ କରିପାରିବା । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ମେଥି ଶାଗ ଗଣ୍ଠି ଯନ୍ତ୍ରଣାରୁ ଆରାମ ଦେବାରେ ସହାୟକ ହୋଇଥାଏ। ମେଥି ଶାଗରେ ପ୍ରୋଟିନ୍, ଫାଇବର୍ ଏବଂ ଆଇରନ୍ ପ୍ରଚୁର ମାତ୍ରାରେ ରହିଥାଏ । ଏଥିରେ ଥିବା ଆଣ୍ଟି ଇନ୍ଫ୍ଲାମେଟରୀ ଗୁଣ ଶରୀରର ବିଭିନ୍ନ ଯନ୍ତ୍ରଣା ନିମିଷକେ ଦୂର କରିଥାଏ। ମେଥି ଶାଗରେ ଆଣ୍ଟି ଅକ୍ସିଡାଣ୍ଟ୍ ଗୁଣ ଭରପୂର୍ ରହିଥାଏ। ମେଥି ଦାନାରେ ପେଟ୍ରୋଲିୟମ୍ ଏକ୍ସଟ୍ରାକ୍ଟ ନାମକ ଯୌଗିକ ରହିଥାଏ, ଯେଉଁଥିରେ ମୁଖ୍ୟ ରୂପରେ ଲିନୋଲିକ୍ ଏସିଡ୍ ଏବଂ ଲିନୋଲେନିକ୍ ଏସିଡ୍ ସାମିଲ ଥାଏ। ଏହାର ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ଏବଂ ମେରୁଦଣ୍ଡରେ ହେଉଥିବା ଯନ୍ତ୍ରଣାରୁ ଉପଶମ ମିଳିଥାଏ।

Leave A Reply

Your email address will not be published.