You are currently viewing ମୁଣ୍ଡ ବିନ୍ଧାର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଘରୋଇ ଉପଚାର…

ମୁଣ୍ଡ ବିନ୍ଧାର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଘରୋଇ ଉପଚାର…

ବହୁତ ସମୟ ଧରି ଅତ୍ୟଧିକ ଥକ୍କାପଣ , ଚାପ , ଗ୍ୟାଜେଟର କ୍ରମାଗତ ବ୍ୟବହାର ଯୋଗୁଁ ମଣିଷ ମୁଣ୍ଡବିନ୍ଧାର ଶିକାର ହୋଇଥାଏ । କେତେକ ବ୍ୟକ୍ତି ସକାଳୁ ଉଠିବା ମାତ୍ରେ ହିଁ ମୁଣ୍ଡ ବିନ୍ଧା ସମସ୍ୟା ପାଇଥାନ୍ତି । ଏଥିପାଇଁ ଆମେ ବିଭିନ୍ନ ପ୍ରକାର ଓøଷଧ ସେବନ କରିଥାଉ । କିନ୍ତୁ ଏହି ସବୁ ଆମ ଶରୀର ପେ.. ହିତକର ନୁହେଁ । ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ଯାହାଦ୍ୱାରା ଆମେ ସହଜରେ ମୁଣ୍ଡବିନ୍ଧା ସମସ୍ୟାକୁ ଦୂର କରିପାରିବା ।


ତୁଳସୀର ପତ୍ର : କିଛି ଲୋକଙ୍କ ମୁଣ୍ଡବିନ୍ଧା ହେଲେ ସେମାନେ ଚା ପିିିଇବାକୁ ପସନ୍ଦ କରିଥାନ୍ତି । ଏମିତି ହୋଇଥିଲେ ଆପଣ ତୁଳସୀ ପତ୍ରର କାଢ଼ା ପିଇପାରିବେ । ପ୍ୟାନରେ ଗୋଟିଏ କପ୍ ପାଣି ଏବଂ ଅଳ୍ପ କିଛି ତୁଳସୀପତ୍ର ଫୁଟାନ୍ତୁ ଏବଂ ପରେ ଏହାକୁ ଛାଣି ପିଅନ୍ତୁ ।
ଲୁଣ ସହ ଖାଆନ୍ତୁ ସେଓ: ଲୁଣ ସହ ସେଓ ଖାଇଲେ ଆପଣଙ୍କୁ ମୁଣ୍ଡ ବିନ୍ଧାରୁ ଆରାମ ମିଳିପାରିବ ।


ଅଦା : ନିୟମିତ ଭାବରେ ଅଦା ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା ଏବଂ ମାଇଗ୍ରେନ୍ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଆପଣ ଅଦା ପକେଇ ଚାହା କରି ମଧ୍ୟ ପିଇପାରିବେ ।
ଡାଲଚିନି : ଡାଲଚିନି ଏକ ଚମତ୍କାରି ମସଲା ଯାହାକୁ ସମସ୍ତେ ବ୍ୟବହାର କରି ପାରିବେ । ଏଥିପାଇଁ ଡାଲଚିନିର କିଛି ଖଣ୍ଡକୁ ଗୁଣ୍ଡ କରନ୍ତୁ ଏହାପରେ ପାଣି ମିଶେଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ପରେ ମଥାରେ ଲଗେଇକି ୩୦ ମିନିଟ୍ ପର୍ଯ୍ୟନ୍ତ ଛାଡିଦେଇ ଏବଂ ପରେ ଧୋଇଦିଅନ୍ତୁ । ଦେଖିବେ କିଛି ସମୟ ମଧ୍ୟରେ ମୁଣ୍ଡବିନ୍ଧାରୁ ଉପସମ ମିଳିବ।

ଅନ୍ୟମାନଙ୍କୁ ଜଣାନ୍ତୁ।