You are currently viewing ଜୁଲାଇ ୧୦ରେ ୭ଟି ରାଜ୍ୟରେ ଭୋଟ :୧୩ ବିଧାନସଭା ଆସନରେ ହେବ ଉପନିର୍ବାଚନ

ଜୁଲାଇ ୧୦ରେ ୭ଟି ରାଜ୍ୟରେ ଭୋଟ :୧୩ ବିଧାନସଭା ଆସନରେ ହେବ ଉପନିର୍ବାଚନ

ଏଏନଏସ: ଦେଶରେ ୭ଟି ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଏନେଇ ନିର୍ବାଚନ କମିଶନର ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ,ବିହାର,ଉତ୍ତରାଖଣ୍ଡ, ପଞ୍ଜାବ,ତାମିଲନାଡୁ,ମଧ୍ୟପ୍ରଦେଶ ଓ ହିମାଞ୍ଚଳ ପ୍ରଦେଶରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି।

ଜାରି ହୋଇଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ୪, ବିହାର ୧, ଉତ୍ତରାଖଣ୍ଡ ୨, ପଞ୍ଜାବ ୧, ତାମିଲନାଡୁ ୧, ମଧ୍ୟପ୍ରଦେଶ ୧ ଓ ହିମାଞ୍ଚଳ ପ୍ରଦେଶର ୩ ବିଧାନସଭା ଆସନରେ ମତଦାନ ହେବ। ୧୪ଜୁନରେ ବିଜ୍ଞପ୍ତି ଜାରି ହେବା ପରେ ଜୁନ ୨୧ରେ ନାମାଙ୍କନ ଭରିବାର ଶେଷ ତାରିଖ ରହିବ। ଜୁଲାଇ ୧୦ରେ ନିର୍ବାଚନ ସରିବା ପରେ ୧୩ତାରିଖରେ ଗଣତି କରାଯାଇ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।