ଜାଣନ୍ତି କି ନନ୍‌ଷ୍ଟିକ୍ ବାସନ ସ୍ଵାସ୍ଥ୍ୟ ପକ୍ଷେ କ୍ଷତିକାରକ?

ରୋଷେଇ ଘରେ ବ୍ୟବହୃତ କିଛି ବାସନକୁ ବ୍ୟବହାର କରିବା ଅନୁଚିତ ବୋଲି ଚେତାଇ ଦେଇଛନ୍ତି ଆମେରିକାର ଡାକ୍ତର ପୁନମ ଦେଶାଇ। ଏହି ବାସନ ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା ସୃଷ୍ଟି କରି ପାରେ ବୋଲି ସେ କହିଛନ୍ତି । ସେ କିଛି ବାସନକୁ ରୋଷେଇ ଘରୁ ବାହାର କରି ଦେବା ସ୍ଵାସ୍ଥ୍ୟ ପକ୍ଷେ ଭଲ ବୋଲି ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

ସାଧାରଣତଃ ଲୋକେ ଖାଦ୍ୟ ତିଆରି କରିବା ପାଇଁ ଲୁହା ନଚେତ୍ ଷ୍ଟେନ୍‌ଲେସ୍‌ ଷ୍ଟିଲ୍ ବାସନ ହିଁ ବ୍ୟବହାର କରିଥାନ୍ତି । ଆଜିକାଲି ନନ୍‌ଷ୍ଟିକ୍ ନଚେତ୍ ସେରାମିକ୍ ପ୍ୟାନ୍‌ରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି, ଯାହାକି ସ୍ଵାସ୍ଥ୍ୟ ପକ୍ଷେ କ୍ଷତିକାରକ।

ଏହି ପ୍ରକାର ବାସନରେ ଟିକେ ବି ଦାଗ କିମ୍ବା ରଙ୍ଗ ଛାଡ଼ି ଯାଇଥିଲେ, ଏଥିରେ ଖାଦ୍ୟ ପ୍ରସ୍ତୁତ କରିବା ହାନିକାରକ। ଏହାଦ୍ଵାରା ଲକ୍ଷ ଲକ୍ଷ ସଂଖ୍ୟକ ମାଇକ୍ରୋପ୍ଲାଷ୍ଟିକ୍ କଣିକା ଖାଦ୍ୟକୁ ପ୍ରବେଶ କରିଥାଏ । ଏହା ଶରୀର ପାଇଁ କ୍ଷତିକାରକ। ଏହି ବାସନରେ ଖାଇବା ଦ୍ଵାରା ହର୍ମୋନ୍ ଅସନ୍ତୁଳନ ସହ କକର୍ଟ ଆଶଙ୍କା ବୃଦ୍ଧି ପାଏ।

Leave A Reply

Your email address will not be published.