sag

ଶରୀର ପାଇଁ ଲାଭକାରୀ ଚଣା ଶାଗ, ଦୂର ହୁଏ ଡାଇବେଟିଜ ସହ ଅନେକ ରୋଗ 

ସୁସ୍ଥ ଶରୀର ପାଇଁ ସବୁଜ ପନିପରିବା ସହ ଶାଗ ଖାଇବା ନିହାତି ଆବଶ୍ୟକ। ଏନେଇ ଯଦି ଆପଣଙ୍କୁ ସବୁଠାରୁ ଶକ୍ତିଶାଳୀ ଶାଗ କେଉଁଟି ପଚରାଯାଏ ତେବେ ଅଧିକାଂଶ ଲୋକ ଏହାର ଉତ୍ତର ହୁଏତ ଦେଇପାରିବେ ନାହିଁ। ସ୍ୱାଦ ଅନୁଯାୟୀ, କିଛି ଲୋକ ପାଳଙ୍ଗ ଶାଗ ଏବଂ ସୋରିଷ ଶାଗକୁ ପସନ୍ଦ କରିଥାନ୍ତି। କିନ୍ତୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ଅନୁସନ୍ଧାନରେ ପ୍ରମାଣିତ ହୋଇଛି ଯେ ଚଣା ଶାଗ ସବୁଠାରୁ ଭଲ। ଚଣା ଶାଗରେ  ପ୍ରଚୁର ପରିମାଣରେ ପ୍ରୋଟିନ୍, ଫାଇବର, ଆଇରନ୍, କ୍ୟାଲସିୟମ୍ ଏବଂ ଅନେକ ପ୍ରକାରର ଭିଟାମିନ୍ ରହିଥାଏ । ଏହା ସହିତ ଅନେକ ପ୍ରକାରର ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଚଣା ଶାଗରେ ମିଳିଥାଏ, ଯାହା ଶରୀରକୁ ସମସ୍ତ ପ୍ରକାରର ରୋଗରୁ ରକ୍ଷା କରିଥାଏ । ଏଥିସହ ଚଣା ଶାଗ ତିନୋଟି ପ୍ରମୁଖ ରୋଗ, ମଧୁମେହ, ହୃଦ ରୋଗ ଏବଂ ମେଦବହୁଳତାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଚଣା ଶାଗ ଖାଇବା ଦ୍ୱାରା କଣ କଣ ଲାଭ ମିଳିଥାଏ।

chana sagସବୁ ଶାଗ ମଧ୍ୟରେ ଚଣା ଶାଗ ହେଉଛି ସବୁଠୁ ଶକ୍ତିଶାଳୀ । ପୁଷ୍ଟିକର ଖାଦ୍ୟ ଦୃଷ୍ଟିରୁ ଚଣା ଶାଗ, ସୋରିଷ ଶାଗ ଏବଂ ମେଥି ଶାଗ ଅପେକ୍ଷା ଅନେକ ଗୁଣରେ ଅଧିକ ଶକ୍ତିଶାଳୀ । ଏହା ବ୍ୟତୀତ ଚଣା ଶାଗ ଅନ୍ୟ ଶାଗ ଅପେକ୍ଷା ଅଧିକ ସ୍ୱାଦିଷ୍ଟ । 

ଚଣା ଶାଗର ଉପକାର

ଡାଇବେଟିଜ ଥିବା ବ୍ୟକ୍ତିମାନଙ୍କ ପାଇଁ ଇନସୁଲିନ୍ ପ୍ରଡକ୍ସନକୁ ସ୍ବାଭାବିକ ଭାବରେ ବୃଦ୍ଧି କରିବାର ଶକ୍ତି ଚଣା ଶାଗରେ ଅଛି । ତେଣୁ, ମଧୁମେହ ରୋଗୀଙ୍କ ପାଇଁ ଚଣା ଶାଗ ରାମ ବାଣ ସଦୃଶ୍ୟ । ଯେଉଁମାନଙ୍କର ମଧୁମେହ ନାହିଁ, ଯଦି ସେମାନେ ଚଣା ଶାଗ ଖାଆନ୍ତି ତେବେ ମଧୁମେହ ସେମାନଙ୍କୁ କେବେ ହେଲେ ସ୍ପର୍ଶ କରିବ ନାହିଁ ।

chana sagaସେହିଭଳି ଅନେକ ପ୍ରକାରର ସୁସ୍ଥ ଚର୍ବି ଏବଂ ପୋଟାସିୟମ ଚଣା ଶାଗରେ ମିଳିଥାଏ, ଯାହା ହାର୍ଟକୁ ସୁସ୍ଥ ରଖିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହା ହାର୍ଟର ମାଂସପେଶୀକୁ ନମନୀୟ କରି ଶକ୍ତିଶାଳୀ କରିଥାଏ, ଯାହା ହୃଦୟରେ କୌଣସି ଚାପ ବହନ କରିବାର କ୍ଷମତା ବଢ଼ାଇଥାଏ । ତେବେ ଆପଣମାନେ ଚଣା ଶାଗ ଖାଇବା ଦ୍ୱାରା ଏହିସବୁ ରୋଗରୁ ରକ୍ଷା ପାଇପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।