You are currently viewing ବଗିଚାରେ ବର୍ଷାଦିନିଆ ଫସଲ

ବଗିଚାରେ ବର୍ଷାଦିନିଆ ଫସଲ

(ସନ୍ଧ୍ୟାରାଣୀ ସାହୁ, ଓୟୁଏଟି ଛାତ୍ରୀ): ଗାଁ ଗହଳିରେ ବର୍ଷା ଦିନକୁ ଚାହିଁ ରହିଥାନ୍ତି ଅନେକ । ଏହି ଋତୁରେ ବାଡ଼ିବଗିଚାରେ ଚାଷ କରି ଚାଷୀ ବେଶ୍ ଦୁଇପଇସା ଭଲ ରୋଜଗାର କରିଥାଏ । ଏପଟେ ଲୋକମାନେ ମଧ୍ୟ ବର୍ଷା ଦିନିଆ ସାଗୁଆ ଏବଂ ଫ୍ରେସ ପନିପରିବା ଖାଇବାକୁ ଚାହିଁ ରହିଥାନ୍ତି । ଲୋକମାନଙ୍କ ଚାହିଦାକୁ ନଜରରେ ରଖି ଚାଷୀ ଚାଷ କାମ କରିଥାଏ ।

ବର୍ଷା ଦିନିଆ ଫସଲର ସ୍ୱାଦ ମଧ୍ୟ ଟିକେ ନିଆରା । ଋତୁକାଳୀନ ପରିବା ଅଲଗା ଦିନରେ ଏତେଟା ମିଳୁନଥାଏ କିମ୍ବା ଯଦି ମିଳେ ତାହା ପାଟିକୁ ସ୍ୱାଦ ଲାଗିନଥାଏ । ତେଣୁ ସମସ୍ତେ ବର୍ଷା ଦିନିଆ ଫସଲକୁ ଉତ୍ସୁକତାର ସହ ଚାହିଁ ରହିଥାନ୍ତି । ସାଧାରଣତଃ ବର୍ଷା ଋତୁରେ ବାଡ଼ି ବଗିଚାରେ ସମସ୍ତେ ନାନା ପ୍ରକାରର ପରିବା ଲଗାଇଥାନ୍ତି ।

କାରଣ ଏହି ଋତୁରେ ତାପମାତ୍ରା କମ୍ ଥାଏ । ତେଣୁ ଏହି ସମୟରେ ପରିବା ଚାଷ ବହୁତ ଭଲ ହୋଇଥାଏ । ଯଥା କାକୁଡ଼ି, ଜହ୍ନି, ପାଣିକଖାରୁ, କଖାରୁ, ଛଚିନ୍ଦ୍ରା, ଝୁଡ଼ଙ୍ଗ, କଲରା, ପାଳକ, ମୂଳା, ଧନିଆ, ଭେଣ୍ଡି ଇତ୍ୟାଦି ପରିବା ଭଲ ଫସଲ ହୋଇଥାଏ । ତା’ଛଡ଼ା ଏହି ବର୍ଷା ଦିନେ ମିଠା ଫସଲ ଖାଇବା ପାଇଁ ଗଛରେ ପୋକ ମଧ୍ୟ ଲାଗିଥାନ୍ତି । ତେଣୁ ପୋକଙ୍କଠାରୁ ରକ୍ଷା କରିବା ପାଇଁ ଉଚିତ ସାର ବ୍ୟବହାର କରିବା ।

ଜମି ଅପେକ୍ଷା ଏସବୁ ଫସଲ ରୁଫ ଟପ୍ କିମ୍ବା ନିଜ ବାଡ଼ିରେ ଭଲ ହୋଇଥାଏ । ବର୍ଷା ଦିନେ ବେଶୀ ପାଣି ହେବାଦ୍ୱାରା ଏ ଗଛର ମୂଳ ନଷ୍ଟ ହୋଇଯିବାର ଅନେକ ସମ୍ଭାବନା ରହିଥାଏ । ପଲିହାଉସ କିମ୍ବା ଗ୍ରୀନହାଉସ କରି ଏସବୁ ଲଗାଇଲେ ବେଶ ଲାଭଦାୟକ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।