You are currently viewing ସେପ୍ଟେମ୍ବର ୧୨ରୁ ଚଳାଚଳ କରିବ ଶ୍ରମିକ ସ୍ପେଶାଲ ଟ୍ରେନ

ସେପ୍ଟେମ୍ବର ୧୨ରୁ ଚଳାଚଳ କରିବ ଶ୍ରମିକ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର, ଆସନ୍ତା ସେପ୍ଟେମ୍ବର ୧୨ ତାରିଖରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିବ ବୋଲି ସୂଚନା ମିଳିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧୀଧାମ, ପୁରୀ-ଓଖା ରୁଟରେ ଟ୍ରେନ ଚାଲିବ । ସୂଚନା ଥାଉକି, ଗତକାଲି ଶ୍ରମିକ ଟ୍ରେନ ଚାଲୁ କରିବା ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର । ପ୍ରବାସୀ ଓଡ଼ିଆ ଜୀବନଜୀବିକା ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଅନ୍ୟମାନଙ୍କୁ ଜଣାନ୍ତୁ।