You are currently viewing ANS NEWS SUPERFAST2@10

ANS NEWS SUPERFAST2@10

  • Post category:ଓଡିଶା
  • Reading time:1 mins read

୧. ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର । ୪ ଆତଙ୍କୀ ମୃତ । ସୋପିଆନ ଜିଲ୍ଲା ମୋଲୁ ଅଞ୍ଚଳରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଏନକାଉଣ୍ଟର । ଏନକାଉଣ୍ଟରରେ ୪ ସ୍ଥାନୀୟ ଆତଙ୍କୀ ମୃତ ।
୨. ଶକ୍ତି ହିଁ ଶାନ୍ତିର ଆଧାର, ସାଧନା ହିଁ ମୁକ୍ତିର ଆଧାର । ନାଗପୁର ଆରଏସଏସ ମୁଖ୍ୟାଳୟରେ ବିଜୟା ଦଶମୀ ଉତ୍ସବ ଅବସରରେ ଏହା କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ ।
୩. ଗାଜିଆବାଦ ଲୋନୀରେ ଅମନ ଗାର୍ଡେନ କଲୋନୀରେ ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ଦୁଇ ମହଲା ଘର ଭାଙ୍ଗିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହା ଛଡା ଅନେକ ଲୋକ ଆହତ ହୋଇଛନ୍ତି ।
୪. ଆଜି ବିଜୟା ଦଶମୀ । ସୁନା ବେଶରେ ଦର୍ଶନ ଦେଉଛନ୍ତି ମା ତାରିଣୀ । କେଉଁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ପିଠରେ ପାଳିତ ହେଉଛି ବିଜୟା ଦଶମୀ ।
୫. ପବିତ୍ର ବିଜୟା ଦଶମୀ ଅବସରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କର ସୁନା ବେଶ । ରାଜାରାଜେଶ୍ୱର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।
୬. ଦଶହରା ଅବସରରେ ବାଲୁକାକଳା । ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଛନ୍ତି । ବିଭିନ୍ନ ଫଳକୁ ବ୍ୟବହାର କରି ଏହି ବାଲୁକା କଳା ନିର୍ମାଣ କରାଯାଇଛି ।
୭. ବିଜୟାଦଶମୀରେ ଦୁଃଖଦ ଘଟଣା । ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗାଁରେ ।
୮. ବର୍ଷା ସତ୍ୱେ ରାବଣ ପୋଡି ପାଇଁ ଭୁବନେଶ୍ୱରରେ ବ୍ୟାପକ ଆୟୋଜନ କରାଯାଇଛି । ଧୁମଧାମରେ ରାବଣ ପୋଡି କରିବାକୁ ବିଭିନ୍ନ ପୂଜା କମିଟି ସଦସ୍ୟ ପ୍ରସ୍ତୁତି କରିଛନ୍ତି ।
୯. ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଓଭର ବ୍ରିଜ ଉପରେ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ଓଲଟଇଲା ବାଇଗଣ ବୋଝେଇ ପିକଅପ ଭ୍ୟାନ । ଏହି ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କ ଆହତ ହୋଇଥିବା ଜଣା ପଡିଛି ।
୧୦. ଲଘୁଚାପ ବର୍ଷାରେ ଭିଜୁଛି ଉପକୂଳ ଉପାନ୍ତ । ଆଜି ଓ କାଲି ପ୍ରବଳ ବର୍ଷା ସମ୍ଭାବନା । ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ ।

ଅନ୍ୟମାନଙ୍କୁ ଜଣାନ୍ତୁ।