You are currently viewing ଆଜିଠୁ ଭୁବନେଶ୍ୱରରୁ ଗୌହାଟୀ ବିମାନସେବା

ଆଜିଠୁ ଭୁବନେଶ୍ୱରରୁ ଗୌହାଟୀ ବିମାନସେବା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନ୍ଏସ): ଓଡ଼ିଶାରୁ ଗୌହାଟୀ ସିଧାସଳଖ ଉଡ଼ିବ ବିମାନ। ଆଜିଠାରୁ ଆରମ୍ଭ ହେବ ଏହି ସେବା। ଏହାସହ ଉତ୍ତର-ପୂର୍ବ ରାଜ୍ୟ ସହ ଯୋଡ଼ି ହେବ ଓଡ଼ିଶା ।ପ୍ରତିଦିନ ଅପରାହ୍ନ 1.28 ରେ ଭୁବନେଶ୍ୱର ଛାଡ଼ି 2.55 ରେ ଗୌହାଟି ପହଞ୍ଚିବ । ଏହା ପରେ ଅପରାହ୍ନ 3.50 ରେ ଗୌହାଟି ରୁ ବିମାନ ଉଡ଼ାଣ ଭରି ସନ୍ଧ୍ୟା 5.20 ରେ ଭୁବନେଶ୍ୱର ପହଞ୍ଚିବ।

ତେବେ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଦୈନିକ ଚାଲିବ ବିମାନ। ସପ୍ତାହର ସବୁଦିନ ସେବା ଯୋଗାଇବ ଇଣ୍ଡିଗୋ। ଏହା ପରେ ଆଗକୁ ଜମ୍ମୁ, ଚଣ୍ଡିଗଡ ଓ ସୁରଟକୁ ସିଧାସଳଖ ଉଡିପାରେ ବିମାନ । ଯାତ୍ରୀଙ୍କ ଆବଶ୍ୟକତାକୁ ଦେଖି ଏୟାରପୋର୍ଟ କର୍ତ୍ତୃପକ୍ଷ ନେବେ ନିଷ୍ପତ୍ତି । ଯାତ୍ରୀଙ୍କ ଭିଡକୁ ଦେଖି ଯୋଜନା କରୁଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ। ପୂର୍ବରୁ ଓଡ଼ିଶା ସହ ଯୋଡି ହୋଇଛି 20 ଟି ଡେଷ୍ଟିନେସନ । ଦୈନିକ 13 ହଜାରରୁ ଅଧିକ ଯାତ୍ରୀ ଯାତାୟତ କରୁଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।