ପୁରୀ (ଏଏନ୍ଏସ): ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ବି ଗହଳିରେ ଭରି ଉଠିଛି। ସବୁ ମାସ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ମାସ ହୋଇଥିବାରୁ ହବିଷ୍ୟାଳୀମାନେ ମାସଟେ ଧରି କାର୍ତ୍ତିକ ବ୍ରତ ପାଳନ କରନ୍ତି। କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହଜାର ହଜାର ହବିଷ୍ୟାଳୀଙ୍କ ଭିଡ଼ ଦେଖିବାକୁ ମିଳିଛି। ବ୍ରତଧାରୀ ହବିଷ୍ୟାଳୀମାନେ ମାସେ ଧରି ହବିଷ୍ୟାନ୍ନ ପାଳିବେ।
ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ହଜାର ହଜାର ସଂଖ୍ୟାରେ ହବିଷ୍ୟାଳୀମାନେ ଶ୍ରୀକ୍ଷେତ୍ରରେ ଭିଡ଼ ଲଗାଇଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ସରକାରଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳିଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିର ଯାଆସ ଓ ମହାପ୍ରଭୁଙ୍କ ରାଇଦାମୋଦର ବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା ହୋଇଛି। ଶ୍ରୀକ୍ଷେତ୍ରରେ ଭିଡ଼ ଜମୁଥିବା ବେଳେ ହଇରାଣ ହେଉଛନ୍ତି ହବିଷ୍ୟାଳୀ। ଶିବିରରୁ ଶିବିର ବୁଲି ନାକେଦମ ହେଉଛନ୍ତି ବିଭିନ୍ନ ସ୍ଥାନରୁ ଆସିଥିବା ହବଷ୍ୟାଳୀ। ପ୍ରଶାସନ ପକ୍ଷରୁ ମାତ୍ର ୩ ହଜାର ହବିଷ୍ୟାଳୀଙ୍କ ପାଇଁ ବନ୍ଦୋବସ୍ତ କରାଯାଇଛି। କିନ୍ତୁ ଏହାଠାରୁ ଅଧିକ ହବିଷ୍ୟାଳୀ ଆସିଥିବାରୁ ଓ ସେମାନଙ୍କ ନାଁ ପଂଜିକରଣ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।