You are currently viewing ଜଷ୍ଟିସ୍ ଶରଣ ସିଂହ ହେବେ ମୁଖ୍ୟ ବିଚାରପତି: ସୁପ୍ରିମକୋର୍ଟ କଲେଜିୟମର ସୁପାରିସ 

ଜଷ୍ଟିସ୍ ଶରଣ ସିଂହ ହେବେ ମୁଖ୍ୟ ବିଚାରପତି: ସୁପ୍ରିମକୋର୍ଟ କଲେଜିୟମର ସୁପାରିସ 

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ: ପାଟନା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ନିଯୁକ୍ତ କରିବା ଲାଗି ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ସୁପ୍ରିମକୋର୍ଟ ୱେବସାଇଟ୍‌ରେ ଏ ସମ୍ବନ୍ଧୀୟ ସୂଚନା ଦିଆଯାଇଛି।

୬୦ ବର୍ଷୀୟ ଜଷ୍ଟିସ୍ ଶରଣ ସିଂହ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରି ୧୯୯୦ରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ବିହାର ସରକାରଙ୍କ ଅତିରିକ୍ତ ଆଡ଼ଭୋକେଟ୍ ଜେନେରାଲ ରୂପେ ସେ ୨୨ ବର୍ଷ କାମ କରି ୨୦୧୨ ଏପ୍ରିଲ ୫ରେ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଗତ ୧୧ ବର୍ଷରେ ସେ ୧୨୪୬ଟି ମାମଲାର ଫଇସଲା କରିଛନ୍ତି। ଜଷ୍ଟିସ୍ ଶରଣ ସିଂହ ଚଳିତ ବର୍ଷ ପ୍ରାୟ ଦେଢ଼ ମାସ ପାଇଁ ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ଵ ତୁଲାଇଥିଲେ। ସେ ୨୦୨୫ ଜାନୁଆରୀରେ ଅବସର ନେବେ।

ଅନ୍ୟମାନଙ୍କୁ ଜଣାନ୍ତୁ।