ଯାଜପୁର-୨୨.୦୪.୨୦୨୧, ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟିଛି । କିଛି ଦିନ ତଳେ ଝରାଫୁଲ ମୃତ୍ୟୁ ମାମଲାରେ ସଂପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଯାଜପୁର ପୋଲିସ । ଆଜି ତୃତୀୟ ଅଭିଯୁକ୍ତ ଶେଖରକୁ ଭୁବନେଶ୍ୱରରୁ ଗିରଫ କରିବା ସହ ଘଟଣାରେ ପୂର୍ଣ୍ଣଛେଦ ପକାଇଛି ଯାଜପୁର ପୋଲିସ । ସବିଶେଷ ତଥ୍ୟ ଦେଇ ଯାଜପୁର ଏସପି ରାହୁଲ ପିଆର୍ ଗଣମାଧ୍ୟମକୁ କହିଛନ୍ତି ଯେ, ଅଭିଯୁକ୍ତ ରାକେଶ ସ୍ୱାଇଁ ବାଇକ କିଣିବା ପାଇଁ ଝରାଫୁଲଙ୍କଠାରୁ କିଛି ଟଙ୍କା ଉଧାର ନେଇଥିଲେ । ଟଙ୍କା ଦେବାରେ ରାକେଶ ବିଳମ୍ବ କରିବାରୁ ରାକେଶ ସ୍ୱାଇଁ ଘରେ ଏବିଷୟରେ କହିଦେବେ ବୋଲି ଧମକ ଦେଇଥିଲେ ଝରାଫୁଲ । ଟଙ୍କା ଦେବାକୁ କହି ଝରାଫୁଲକୁ ଓୟୋ ହୋଟେଲକୁ ଡାକିଥିଲା ରାକେଶ । ୨୬ ତାରିଖରେ ଓୟୋ ହୋଟେଲରେ ବଳପୂର୍ବକ ମଦ ପିଆଇ ଝରାଫୁଲକୁ ଚେତା ଶୂନ୍ୟ କରିବା ପରେ ଶ୍ୱାସରୁଦ୍ଧ କରି ତାକୁ ହତ୍ୟା କରିଥିଲା ରାକେଶ । ଉଭୟ ସହଯୋଗୀଙ୍କୁ ଡାକି ରାକେଶ ଶବ ପିଙ୍ଗିବାର ବ୍ୟବସ୍ଥା କରିଥିଲା ।
ତେବେ ଘଟଣାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯିବା ସହ ବୋଲି ଖୁବ୍ ଶୀଘ୍ର ସେମାଙ୍କ ଉପରେ ଚାର୍ଜସିଟ ଦାଖଲ କର।ଯିବ ବୋଲି କହିଛନ୍ତି ଯାଜପୁର ଏସପି ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍