pm-cm

ନବୀନଙ୍କୁ ମୋଦୀଙ୍କ ଖୋଲା ଚ୍ୟାଲେଞ୍ଜ 

ଏଏନଏସ: ଆଜି ଫୁଲବାଣୀ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନବୀନ ବାବୁଙ୍କୁ ମୁଁ ଆଜି ଏକ ଚାଲେଂଜ ଦେଉଛି। ନବୀନ ବାବୁଙ୍କୁ କାଗଜ ଖଣ୍ଡେ ଧରାଇ ଛିଡ଼ା କରାଯାଇ ଜିଲ୍ଲା ଓ ଜିଲ୍ଲା ମୁଖ୍ୟାଳୟର ନାଁ ଲେଖିବାକୁ କୁହାଯାଉ। ସେ ଲେଖିପାରିବେନି। ଯିଏ ନିଜ ଜିଲ୍ଲାର ନାଆଁ ଜାଣିନାହାନ୍ତି। ସେଭଳି ମୁଖ୍ୟମନ୍ତ୍ରୀ କିପରି ଆପଣଙ୍କର ଦୁଃଖ ବୁଝିପାରିବେ? ଏଣୁ ୫ ବର୍ଷ ସମୟ ଦିଅନ୍ତୁ, ଓଡ଼ିଶାକୁ ନମ୍ବର ୱାନ୍ କରିବୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା। ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ଗଲା ୬ ବର୍ଷ ହେଲାଣି ମିଳୁନି। ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାନ୍ତି ରାଜ୍ୟ ସରକାର। ଚାବି ହଜିବା ଠାରୁ ଡୁପ୍ଲିକେଟ ଚାବି ଅଧିକ ଗମ୍ଭୀର ବିଷୟ। ଏଥିପାଇଁ କମିଶନ ବସିଲା, କମିଶନ ରିପୋର୍ଟ ସାର୍ବଜନୀନ ହେଲାନି। ନବୀନ ବାବୁଙ୍କ ସରକାର ଏ ବିଷୟକୁ ନେଇ କାହିଁକି ଭୟଭୀତ। କାହା ପାପକୁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର।

ଗୁଜରାଟ ପାଖରେ ଯେଉଁ ସାମର୍ଥ୍ୟ ଅଛି, ତା’ଠାରୁ ୧୦୦ ଗୁଣା ସାମର୍ଥ୍ୟ ଓଡ଼ିଶାର ଅଛି। କିନ୍ତୁ ଓଡ଼ିଶା ପଛରେ କାହିଁକି ? ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶ୍ନ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।