You are currently viewing ରାଜ୍ୟରେ ଜାରି ରହିଛି ହାଡଭଙ୍ଗା ଶୀତ

ରାଜ୍ୟରେ ଜାରି ରହିଛି ହାଡଭଙ୍ଗା ଶୀତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୭/୦୧,ଶୀତରେ ଥରୁଛି ପୁରା ଓଡିଶା । ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଅନୁଭୂତ ହେଉଛି ପ୍ରବଳ ଶୀତ । ଶୀତରେ ଥରୁଛି ମୟୁରଭଞ୍ଜ ଜିଲ୍ଲା । ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ କୁହୁଡି ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ ହେଉଛି । ସକାଳୁ ଏବଂ ସନ୍ଧ୍ୟା ରେ ରାସ୍ତାଘାଟ ଶୁନଶାନ ହେଇଯାଉଛି । ଆଜି ମୟୁରଭଞ୍ଜ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପର ବାରାକାମୁଡା ତାପମାତ୍ରା ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ନଅଣା ରେ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସକାଳ ଏବଂ ସନ୍ଧ୍ୟା ରେ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି ଲୋକମାନେ। ମୟୁରଭଞ୍ଜ ଜିଲ୍ଲାରେ କିଛି ଦିନ ହେବ ଶୀତ ସହିତ ପ୍ରବଳ କୁହୁଡି ପଡୁଛି । ପ୍ରବଳ କୁହୁଡି ପଡ଼ିଥିବାରୁ ସକାଳୁ ସକାଳୁ ଗାଡି ଚଳାଇବା କଷ୍ଟ ର ହେଇପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।