You are currently viewing ଜାଣନ୍ତୁ, ରାବଣ ଶ୍ରୀରାମଙ୍କୁ କାହିଁକି ଦେଇଥିଲା ବିଜୟୀ ହେବାର ଆଶୀର୍ବାଦ?

ଜାଣନ୍ତୁ, ରାବଣ ଶ୍ରୀରାମଙ୍କୁ କାହିଁକି ଦେଇଥିଲା ବିଜୟୀ ହେବାର ଆଶୀର୍ବାଦ?

ରାମାୟଣ କଥା ଅନୁସାରେ ଭଗବାନ ଶ୍ରୀରାମ ରାବଣକୁ ବଦ୍ଧ କରି ମା’ ସୀତାଙ୍କୁ ଉଦ୍ଧାର କରିଥିଲେl କିନ୍ତୁ, ମାନ୍ୟତା ରହିଛି ଯେ ପ୍ରଭୁ ଶ୍ରୀରାମଙ୍କୁ ବିଜୟୀ ହେବାର ଆଶୀର୍ବାଦ ରାବଣ ଦେଇଥିଲେl ଧାର୍ମିକ ମାନ୍ୟତା ଅନୁସାରେ ରାବଣ ମହାଜ୍ଞାନୀ ଓ ମହାପଣ୍ଡିତ ଥିଲାl କିନ୍ତୁ ରାବଣକୁ ତାର ଜ୍ଞାନ ଓ ବିଦ୍ୟାର ଅହଂକାର ହୋଇଯାଇଥିଲାl ଏହି ଅହଂକାର ଦ୍ୱାରା ସେ ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଇଥିଲାl ଏବଂ ପାପ ପରେ ପାପ କରି ଚାଲିଥିଲାl

ପ୍ରଭୁ ରାମଚନ୍ଦ୍ର ରାବଣ ସହ ଯୁଦ୍ଧ କରିବା ପୂର୍ବରୁ ରାମେଶ୍ୱର ଠାରେ ମହାଦେବଙ୍କ କୃପା ଲାଭ କରିବା ପାଇଁ ଶିବ ଲିଙ୍ଗ ସ୍ଥାପନା କରିଥିଲେl ଏବଂ ଏହାକୁ ପ୍ରତିଷ୍ଠା କରିବା ପାଇଁ କୌଣସି ମହାପଣ୍ଡିତକୁ ଖୋଜି ଥିଲେ, ଏହି ସମୟରେ ରାବଣ ଗୋଟିଏ ମହାପଣ୍ଡିତ ବୋଲି କହିଥିଲେ l ଏହାପରେ ଭଗବାନ ରାମ ରାବଣକୁ ଶିବ ଲିଙ୍ଗ ପ୍ରତିଷ୍ଠା କରିବା ପାଇଁ ନିମନ୍ତ୍ରଣ କରିଥିଲେl ଏବଂ ରାବଣ ମହାଦେବଙ୍କର ଗୋଟିଏ ବଡ଼ ଭକ୍ତ ଥିବା କାରଣରୁ ରାଜୀ ହୋଇ ଆସିଥିଲା l ପୂଜା ସମାପ୍ତି ପରେ ରାବଣ ନିକଟରୁ ପ୍ରଭୁ ଶ୍ରୀରାମ ଆଶୀର୍ବାଦ ମାଗିଥିଲେl ଏବଂ ପଣ୍ଡିତ ହୋଇଥିବା କାରଣରୁ ରାବଣ ମଧ୍ୟ ବିଜୟୀ ଭବର ଆଶୀର୍ବାଦ ଦେଇଥିଲା l

 

ଅନ୍ୟମାନଙ୍କୁ ଜଣାନ୍ତୁ।