You are currently viewing ଆପଣ ଜାଣନ୍ତି କି? ଅନେକ ପାପ କରି ମଧ୍ୟ ଶକୁନିଙ୍କୁ ମିଳିଥିଲା ସ୍ୱର୍ଗପ୍ରାପ୍ତି

ଆପଣ ଜାଣନ୍ତି କି? ଅନେକ ପାପ କରି ମଧ୍ୟ ଶକୁନିଙ୍କୁ ମିଳିଥିଲା ସ୍ୱର୍ଗପ୍ରାପ୍ତି

ମହାଭାରତରେ ଶକୁନିଙ୍କ କଥା ଆସିବା ମାତ୍ରକେ ଗୋଟିଏ କୁଟିଳ ଓ ଧୃତ ବ୍ୟକ୍ତିର ଛବି ଆକ୍ଷି ସାମ୍ନାକୁ ଆସିଥାଏl କିନ୍ତୁ ଶକୁନିଙ୍କ ବିଷୟରେ ଏହା ଖୁବ କମ ଲୋକ ଜାଣିଛନ୍ତି ଯେ ମୃତ୍ୟୁ ପରେ ଶକୁନିଙ୍କୁ ସ୍ୱର୍ଗ ଲୋକ ପ୍ରାପ୍ତି ହୋଇଥିଲାl ଯେତେବେଳେ ଗାନ୍ଧାରୀଙ୍କ ବିବାହ ପାଇଁ ଧୃତରାଷ୍ଟ୍ରଙ୍କ ପ୍ରସ୍ତାବ ଆସିଥିଲା ଶକୁନିଙ୍କୁ ଏହା ପସନ୍ଦ ଆସି ନ ଥିଲା l ଏହା ଶୁଣି ଶକୁନି କହିଥିଲେ ଯେ ଧୃତରାଷ୍ଟ୍ର ଜନ୍ମାନ୍ଧ ଅଟନ୍ତି ଏବଂ ତାଙ୍କର ସମସ୍ତ ରାଜପାଟ ତାଙ୍କ ଭାଇ ପଣ୍ଡୁ ଧ୍ୟାନ ରଖି ଥାଆନ୍ତି, କିନ୍ତୁ ଯାହା ଘଟିବାକୁ ଥିବ ତାହା କିଏ ବା ଏଡ଼ାଇଦେବ l 

ଏହାପରେ ଗାନ୍ଧାରୀଙ୍କ ବିବାହ ଧୃତରାଷ୍ଟ୍ରଙ୍କ ସହିତ ହୋଇଥିଲା ଏବଂ ସେ ଚିର ଦିନ ପାଇଁ ଅନ୍ଧ ଧୃତରାଷ୍ଟ୍ରଙ୍କ ସହିତ ଜୀବନ ଅତିଵାହିତ କରିବା ପାଇଁ ହସ୍ତୀନାପୁରକୁ ଚାଲି ଆସିଥିଲେ l ଏବଂ ଗାନ୍ଧାରୀ ନିଜ ପତିବ୍ରତା ଧର୍ମକୁ ପାଳନ କରି ଦୁନିଆର ଆଲୋକ ନ ଦେଖିବା ପାଇଁ ନିଜ ଆକ୍ଷିରେ ପଟି ବାନ୍ଧି ଦେଇଥିଲେ l ଏହି କଥାକୁ କିନ୍ତୁ ଶକୁନି ହଜମ କରିପାରି ନଥିଲା, ହେଲେ ଭଉଣୀର ନିଷ୍ପତି ନିକଟରେ ଚୁପ ରହିଥିଲାl

ଏହାପରେ ଗାନ୍ଧାର ନରେଶ ତଥା ଗାନ୍ଧାରଙ୍କ ପିତା ସୁବଳ ଏବଂ ଗାନ୍ଧାରୀଙ୍କ ପରିବାରକୁ ଧୃତରାଷ୍ଟ୍ର ବନ୍ଦୀ କରି କାଳ କୋଠରୀରେ ରଖିଥିଲେ ଏବଂ ଦଣ୍ଡ ସ୍ୱରୂପ ଭାବରେ ଦିନକୁ ମାତ୍ର ଗୋଟିଏ ମୁଠା ସେମାନଙ୍କୁ ଖାଇବାକୁ ଦିଆଯାଉଥିଲା, ଏହାକୁ ନେଇ ଶକୁନୀ ଧୃତରାଷ୍ଟ୍ରଙ୍କୁ ଘୃଣା କରୁଥିଲେl କିନ୍ତୁ ଧୃତରାଷ୍ଟ୍ର ଏଭଳି କରିବା ପଛରେ ବିଶେଷ କାରଣ ଥିଲା l ଗାନ୍ଧାରୀ ପିଲାଟି ଦିନରୁ ଅଭିଶପ୍ତ ଥିଲେ, ସେ ଯାହାକୁ ମଧ୍ୟ ବିବାହ କରିବେ ତାଙ୍କର ସ୍ୱାମୀଙ୍କର ମୃତ୍ୟୁ ହୋଇଯିବ l ତେଣୁ ରାଜା ସୁବଳ ତାଙ୍କର ବିବାହ ପ୍ରଥମେ ଗୋଟିଏ ଛେଳି ସହିତ କରିଥିଲେ l

 ଶାସ୍ତ୍ର ଅନୁସାରେ ଗାନ୍ଧାରୀଙ୍କ ବିବାହ ଅନେକ ଥର ହୋଇ ଥିବାର ମଧ୍ୟ ସୂଚନା ରହିଛି, ଯାହାକୁ ଧୃତରାଷ୍ଟ୍ର ନିଜ ପ୍ରତି ବିଶ୍ୱାସଘାତକତା ବୋଲି ଭାବିଥିଲେl ଏହାର ପରିଣାମ ସ୍ୱରୂପ ସେ ଗାନ୍ଧାର ନରେସଙ୍କ ପରିବାରକୁ ବନ୍ଦୀ କରି ରଖିଥିଲେl ରାଜା ସୁବଳ ନିଜ ଶେଷ ଇଚ୍ଛାରେ ଶକୁନିଙ୍କୁ ବନ୍ଦୀ ଗୃହରୁ ମୁକୁଳେଇବା ପାଇଁ ପ୍ରାଥନା କରିଥିଲେl ଏବଂ ଧୃତରାଷ୍ଟ୍ର ମଧ୍ୟ ଶକୁନିକୁ ମୁକ୍ତ କରିଥିଲେl

ଏସବୁ ପରେ ମଧ୍ୟ ଶକୁନି ଅତ୍ୟାଚାରର ପ୍ରତିଶୋଧ ନେବାକୁ ଚାହୁଁଥିଲେ , ସେଥିପାଇଁ ସେ କୌରଵଙ୍କ ନାଶ କରିବାକୁ ପ୍ରତିଜ୍ଞା କରିଥିଲେ ଏବଂ ନିଜ ପିତାଙ୍କ ହାଡ଼ରେ ପଶା କାଠି କରିଥିଲେ, ଏହି ପଶା କାଠି କୁରୁ ବଂଶ ବିନାଶର କାରଣ ହୋଇଥିଲାl ବିଶେଷ କଥାଟି ହେଲା ଶକୁନି ନିଜ ପରିବାର ସହିତ ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେଇଥିଲା l ଏହି କାରଣରୁ ମୃତ୍ୟୁ ପରେ ଶକୁନିଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇଥିଲା 

ଅନ୍ୟମାନଙ୍କୁ ଜଣାନ୍ତୁ।