You are currently viewing ଏଣିକି ସ୍କୁଲରେ ପଢ଼ାଯିବ ରାମାୟଣ, ମହାଭାରତ

ଏଣିକି ସ୍କୁଲରେ ପଢ଼ାଯିବ ରାମାୟଣ, ମହାଭାରତ

ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଆରଟି) ର ଉଚ୍ଚସ୍ତରୀୟ କମିଟି ରାମାୟଣ ଏବଂ ମହାଭାରତକୁ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ଶିକ୍ଷା ଦେବାକୁ ପରାମର୍ଶ ଦେଇଛି। ‘ଭାରତର ଶାସ୍ତ୍ରୀୟ କାଳ’ ଅଧୀନରେ ଇତିହାସ ପାଠ୍ୟକ୍ରମର ଏକ ଅଂଶ ଭାବରେ ରାମାୟଣ ଏବଂ ମହାଭାରତଙ୍କୁ ବିଦ୍ୟାଳୟରେ ଶିକ୍ଷା ଦିଆଯିବାକୁ କମିଟି ସୁପାରିଶ କରାଯାଇଛି।

ଏନସିଇଆରଟି ପ୍ୟାନେଲ ଜୋର ଦେଇଛି ଯେ ସପ୍ତମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ରାମାୟଣ ଏବଂ ମହାଭାରତ ଶିକ୍ଷା ଦେବା ଜରୁରୀ।  ପ୍ୟାନେଲ୍ ଆହୁରି ମଧ୍ୟ ପ୍ରସ୍ତାବ ଦେଇଛି ଯେ ପାଠ୍ୟ ପୁସ୍ତକଗୁଡ଼ିକରେ କେବଳ ଗୋଟିଏ କିମ୍ବା ଦୁଇଟି ପରିବର୍ତ୍ତେ ଭାରତକୁ ଶାସନ କରୁଥିବା ସମସ୍ତ ରାଜବଂଶ ଅନ୍ତର୍ଭୁକ୍ତ କରାଯିବା ଉଚିତ୍। ପ୍ୟାନେଲର ସୁପାରିଶକୁ ବର୍ତ୍ତମାନ ୧୯ ସଦସ୍ୟ ବିଶିଷ୍ଟ ଜାତୀୟ ପାଠ୍ୟକ୍ରମ ଏବଂ ଶିକ୍ଷାଦାନ ସାମଗ୍ରୀ କମିଟି ଦ୍ୱାରା ବିଚାର କରାଯିବ।

ସୂଚନା ଥାଉ କି, ବିଦ୍ୟାଳୟର ସାମାଜିକ ବିଜ୍ଞାନ ପାଠ୍ୟକ୍ରମର ପୁନଃ ବିଚାର ପାଇଁ ଗତ ବର୍ଷ ଗଠିତ ଏହି ସାତ ଜଣିଆ ପ୍ୟାନେଲ୍ ମଧ୍ୟ ଭାରତୀୟ ଜ୍ଞାନ ପ୍ରଣାଳୀ, ବେଦ ଏବଂ ଆୟୁର୍ବେଦକୁ ପାଠ୍ୟ ପୁସ୍ତକରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।