ଆଇପିଏଲ ୨୦୨୦ର ୨୦ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ୍ ୫୭ ରନରେ ରାଜସ୍ଥାନ ରୟାଲସ୍କୁ ପରାସ୍ତ କରିଛି । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ ଟସ୍ ଜିତି ବ୍ୟାଟିଂ କରିଥିଲା । ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ ୍୨୦ ଓଭରରେ ସମୁଦାୟ ୧୯୩ ରନ କରିଥିଲା ଏବଂ ରାଜସ୍ଥାନ ରୟାଲସ୍ ୧୩୬ ରନ କରି ୧୮.୧ ଓଭରରେ ଅଲଆଉଟ ହୋଇଥିଲେ । ମୁମ୍ବାଇ ଇଣ୍ଡିଆନସ୍ର ଖେଳାଳୀଙ୍କ ମଧ୍ୟରେ ସୂର୍ଯ୍ୟ କୁମାର ୟାଦଭ ସର୍ବାଧିକ ୭୯(୪୭) ରନ, ରୋହିତ ଶର୍ମା ୩୫(୨୩)ରନ କରିଥିଲେ । ରାଜସ୍ଥାନ ରୟାଲସ୍ରେ ଜସ୍ ବଟଲର ୭୦(୪୪) ରନ, ଜୋଫ୍ରା ଆରଚର୍ ୨୪(୧୧)ରନ କରିଥିଲେ ।
