SRILANKA

ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କଲେ ସରକାର

କଲମ୍ବୋ: ବିଶ୍ୱକପ ୨୦୨୩ରେ ଶ୍ରୀଲଙ୍କାର ଖରାପ ପ୍ରଦର୍ଶନର କାରଣରୁ ଶ୍ରୀଲଙ୍କା ସରକାର ସମଗ୍ର କ୍ରିକେଟ ବୋର୍ଡକୁ ନିଲମ୍ବିତ କରିଛନ୍ତି। ଏନେଇ ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରଣାଳୟ ଆଜି ସୂଚନା ଦେଇଛି। କ୍ରୀଡ଼ା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଅବଶିଷ୍ଟ ସଦସ୍ୟଙ୍କୁ ବରଖାସ୍ତ କରି ସେମାନଙ୍କୁ ବିଶ୍ୱକପ ବିଜେତା ପୂର୍ବତନ ଅଧିନାୟକ ଅର୍ଜୁନ ରାଣାତୁଙ୍ଗାଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ କମିଟିରେ ସ୍ଥାନିତ କରିଛନ୍ତି। 

ତେବେ ସୂଚନା ଥାଉ କି ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ୭ ଟି ମ୍ୟାଚ ମଧ୍ୟରୁ ମାତ୍ର ୨ଟି ଜିତିଛି ଏବଂ ଦଳ ସେମିଫାଇନାଲ ପାଇଁ ଦୌଡ଼ରୁ ବାଦ ପଡିଛି। ବିଶ୍ୱକପ ୨୦୨୩ର ପଏଣ୍ଟ ଟେବୁଲରେ ଶ୍ରୀଲଙ୍କା ସପ୍ତମ ସ୍ଥାନରେ ଅଛି ଏବଂ ସୋମବାର ଦଳ ଦିଲ୍ଲୀରେ ବାଂଲାଦେଶ ସହିତ ମୁହାଁମୁହିଁ ହେବ। ଏହି ମ୍ୟାଚ ଜିତି ଶ୍ରୀଲଙ୍କା ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚାହୁଁଛି।

ଅନ୍ୟମାନଙ୍କୁ ଜଣାନ୍ତୁ।