You are currently viewing ଆଇପିଏଲ ୨୦୨୦ର ୪୦ତମ ମ୍ୟାଚ ଜିତିଲା ସନରାଇଜର୍ସ ହାଇଦ୍ରାବାଦ

ଆଇପିଏଲ ୨୦୨୦ର ୪୦ତମ ମ୍ୟାଚ ଜିତିଲା ସନରାଇଜର୍ସ ହାଇଦ୍ରାବାଦ

  • Post category:କ୍ରୀଡା
  • Reading time:1 mins read

ଆଇପିଏଲ ୨୦୨୦ର ୪୦ତମ ମ୍ୟାଚ ରେ ସନରାଇଜର୍ସ ହାଇଦ୍ରାବାଦ ୮ୱିକେଟ ଓ ୧୧ବଲରେ ରାଜସ୍ଥାନ ରୟାଲସ କୁ ହରାଇ ବିଜୟ ଲାଭ କରିଛି । ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ମ୍ୟାଚରେ ରାଜସ୍ଥାନ ରୟାଲସ ପ୍ରଥମେ ବ୍ୟାଟିଂ କରି ୨୦ଓଭର ଓ ୬ୱିକେଟରେ ୧୫୪ ରନ କରିଥିଲା ଏବଂ ସନରାଇଜର୍ସ ହାଇଦ୍ରାବାଦ ୧୮.୧ ଓଭରରେ ୨ୱିକେଟ ବ୍ୟୟରେ ୧୫୬ ରନ କରି ବିଜୟ ଲାଭ କରିଛି । ମ୍ୟାଚରେ ରାଜସ୍ଥାନ ରୟାଲସ ଖେଳାଳୀଙ୍କ ମଧ୍ୟରୁ ସଞ୍ଜୁ ସାମସନ ୩୬(୨୬), ବେନ ଷ୍ଟୋକସ ୩୦(୩୨) ଏବଂ ହାଇଦ୍ରାବାଦ ଖେଳାଳୀଙ୍କ ମଧ୍ୟରୁ ମନୀଷ ପାଣ୍ଡେ ୮୩(୪୭), ବିଜୟ ଶଙ୍କର ୫୨(୫୧) ରନ କରିଥିଲେ । ମନୀଷ ପାଣ୍ଡେ ୮୩(୪୭) ରନ କରି ପ୍ଳେୟାର ଅଫ ଦ ମ୍ୟାଚ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।