You are currently viewing ସପ୍ତାହନ୍ତ ସଟଡାଉନ ପରେ ଚଳଚଞ୍ଚଳ ରାଜଧାନୀ

ସପ୍ତାହନ୍ତ ସଟଡାଉନ ପରେ ଚଳଚଞ୍ଚଳ ରାଜଧାନୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଦୁଇଦିନ ସଟଡାଉନ ପରେ ଆଜି ରାଜଧାନୀର ସମସ୍ତ ଦୋକାନ ବଜାର ଖୋଲା ରହିଛି । କରୋନା ଚେନ୍କୁ ଭାଙ୍ଗିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଦିନ ସଟଡାଉନ ଘୋଷଣା କରାଯାଇଥିଲା । ଖାଲି ରାଜଧାନୀ ନୁହେଁ, ତା ସମେତ କଟକ, ରାଉରକେଲା, ଗଞ୍ଜାମ, ଗଜପତି ଜିଲ୍ଲାରେ ମଧ୍ୟ ସପ୍ତାହନ୍ତ ସଟଡାଉନ ଘୋଷଣା କରାଯାଇଛି । ଦୁଇ ଦିନର ସଟଡାଉନ ପରେ ଆଜି ରାଜଧାନୀରେ ସମସ୍ତ ଦୋକାନ ବଜାର ଖୋଲା ହେବା ସାଙ୍ଗକୁ, ରାସ୍ତାରେ ଗହଳି ମଧ୍ୟ ଜମିଛି । ସମସ୍ତ ଛକମାନଙ୍କରେ ଗହଳି ନିୟନ୍ତ୍ରଣ ନିମନ୍ତେ ଟ୍ରାଫିକ ପୋଲିସ ସଜାଗ ରହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।