pm modi

ଦେଶର ପ୍ରଥମ ଅଣ୍ଡରୱାଟର ଟନେଲ ମେଟ୍ରୋ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଏଏନଏସ: କୋଲକାତାରେ ଦେଶର ପ୍ରଥମ ଅଣ୍ଡରୱାଟର ଟନେଲ ମେଟ୍ରୋ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅଣ୍ଡରୱାଟର ଟନେଲ ମେଟ୍ରୋ ଉଦଘାଟନ ପରେ ମୋଦୀ ନିଜେ ଏହି ମେଟ୍ରୋରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କରିଛନ୍ତି। ଏହି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ମାତ୍ର ୪୫ ସେକେଣ୍ଡେରେ ହୁଗଲି ନଦୀ ତଳେ ୫୨୦ ମିଟର ଦୂରତା ଅତିକ୍ରମ କରିପାରିବ। ଅଣ୍ଡରୱାଟର ମେଟ୍ରୋରେ ମୋଦୀ ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କରିବା ସମୟରେ ସେମାନଙ୍କ ସହ ଆଲୋଚନା କରିଥିଲେ। ପାଣି ଭିତରେ ଯାତ୍ରା କରିବାର  ଅନୁଭୂତି ନିଆରା ବୋଲି ଛାତ୍ରଛାତ୍ରୀ କହିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।