ଆପଣ ଘରକୁ କ୍ଷୀର ପ୍ୟାକେଟ ଆଣୁଛନ୍ତି କି ? ତେବେ ଜାଣିରଖନ୍ତୁ ଏହି ସବୁ ନିୟମ

ସାରା ବିଶ୍ୱରେ ମହାମାରୀ କରୋନା ତାଣ୍ଡବ ରଚିଛି । ଏହି ପରିସ୍ଥିତିରେ ବାହାରୁ କିଣୁଥିବା ସାମଗ୍ରୀ ସଂକ୍ରମଣମୁକ୍ତ ହୋଇନଥାଏ । ତେବେ ବଜାରରୁ ଆସୁଥିବା ଜିନିଷକୁ ନେଇ ମନରେ ଭୟ ରହୁଛି । ଯାହାଫଳରେ ଏହାକୁ ଅନେକ ସଫା କରିବା କିମ୍ବା ସାନିଟାଇଜ୍ କରିବାକୁ ଚେଷ୍ଟା କରନ୍ତି । ସେହିପରି ପ୍ରତିଦିନ ବ୍ୟବହାର କରୁଥିବା ଜିନିଷ ହେଲା କ୍ଷୀର।

ବଜାରରୁ କିଣୁଥିବା କ୍ଷୀର ପ୍ୟାକେଟ୍ କେତେଦୂର ସଂକ୍ରମଣମୁକ୍ତ ତାହା ଜାଣନ୍ତି କି?

ତେବେ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛି। । କ୍ଷୀର ପ୍ୟାକେଟ୍କୁ ସାବୁନ୍ରେ ଧୋଇବା ଭଳି ଖବର ସାମ୍ନାକୁ ଆସିବା ପରେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ଏହା କୁହାଯାଇଛି ଯେ, ପ୍ୟାକେଟ୍ରେ ରହିଥିବା କ୍ଷୀର ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ। କ୍ଷୀର ପ୍ୟାକେଟ୍ରେ କରୋନା ସଂକ୍ରମଣ ହୋଇନଥାଏ । ଏଣୁ ପ୍ୟାକେଟ୍ କ୍ଷୀର ବ୍ୟବହାର କରିପାରିବା ବୋଲି କୁହାଯାଇଛି।

କିନ୍ତୁ କ୍ଷୀର ପ୍ୟାକେଟ୍ ନେବା ସମୟରେ ସାମାଜିକ ଦୂରତା ବଜାୟ ରଖିବା ଉଚିତ୍‌। ବିକ୍ରି କରୁଥିବା ଲୋକ ମାସ୍କ ଲଗାଇଥିବା ସୁନିଶ୍ଚିତ କରନ୍ତୁ। କ୍ଷୀର ପ୍ୟାକେଟ୍ ନେବା ପରେ ନିଜ ହାତକୁ ଭଲ ଭାବେ ଧୋଇ ନିଅନ୍ତୁ। ପ୍ୟାକେଟ୍କୁ କେବଳ ପାଣିରେ ହିଁ ଧୋଇବା ଉଚିତ୍ । ଏହାକୁ ସାବୁନରେ ଧୋଇବାର କିମ୍ବା ସାନିଟାଇଜ୍ କରିବା ଆବଶ୍ୟକତା ନାହିଁ ବୋଲି ଏଫ୍ଏସ୍ଏସ୍ଏଆଇ କହିଛି ।

Leave A Reply

Your email address will not be published.