You are currently viewing ଡାଳିମ୍ବ ସେବନ କରିବାର ଉପକାରିତା

ଡାଳିମ୍ବ ସେବନ କରିବାର ଉପକାରିତା

ଶରୀରରେ ଇମ୍ୟୁନିଟି  ଶକ୍ତି ବଢାଇବା ପାଇଁ  ଅନେକ ଲୋକ ବିଭିନ୍ନ ପାରମ୍ପାରିକ ଏବଂ ଆୟୁର୍ବେଦିକ ଜିନିଷ ସେବନ କରନ୍ତି । କିନ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ ଡାଳିମ୍ବ ଏପରି ଏକ ଫଳ ଯାହା  କେବଳ ସ୍ୱାଦିଷ୍ଟ ହୋଇନଥାଏ ବରଂ ସ୍ୱାସ୍ଥ୍ୟ  ସମସ୍ୟା ଦୂର କରିବା ପାଇଁ  ମଧ୍ୟ ଲାଭଦାୟକ ହୋଇଥାଏ ।   ତେବେ ଆସନ୍ତୁ  ଜାଣିବା ଡାଳିମ୍ବ ଖାଇବାର ଉପକାରିତା ବିଷୟରେ:

– ଡାଳିମ୍ବ ଖାଇବା ଦ୍ୱାରା ପେଟର ହଜମ ଶକ୍ତି ଶକ୍ତିଶାଳୀ ହୋଇଥାଏ ।  ଯେଉଁମାନଙ୍କର  ପେଟ ସମସ୍ୟା  ହୋଇଥାଏ ସେମାନେ ପ୍ରତିଦିନ ଗୋଟିଏ  ଡାଳିମ୍ବ ସେବନ କରିବା  ବହୁ  ଲାଭଦାୟକ ହୋଇଥାଏ । ଏହା କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

– ବିଶେଷଜ୍ଞଙ୍କ ଅନୁଯାୟୀ ଡାଳିମ୍ବରେ ଅନେକ ପୁଷ୍ଟିକର ଉପାଦାନ ରହିଛି। ଡାଳିମ୍ବରେ ପ୍ରୋଟିନ୍, ଭିଟାମିନ୍ ସି, ଫାଇବର, ଭିଟାମିନ୍ କେ, ଫୋଲେଟ୍ ଏବଂ ପୋଟାସିୟମ୍ ପରି ପୁଷ୍ଟିକର ପୋଷକ ତତ୍ତ୍ୱ ମିଳିଥାଏ ।  ଯାହା ମାଂସପେଶୀ ମଜବୁତ କରିବା ସହ ଦୃଷ୍ଟି ଶକ୍ତି ବଢାଇଥାଏ ।

– ଏହାସହ ଡାଳିମ୍ବ ରକ୍ତର ସର୍ବୋତ୍ତମ ଉତ୍ସ ବୋଲି ବିଶ୍ୱାସ କରାଯାଏ ।ଯେଉଁମାନଙ୍କର ରକ୍ତହୀନତା ଥାଏ ସେମାନେ ଡାଳିମ୍ବ ସେବନ କରିବା ଉଚିତ୍ ।

– ବିଶେଷଜ୍ଞଙ୍କ ଅନୁଯାୟୀ, ଡାଳିମ୍ବ ରକ୍ତଚାପକୁ ସନ୍ତୁଳିତ ରଖିବାରେ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ବିଶ୍ୱାସ କରାଯାଏ ଯେ ଯଦି ଦୁଇ ସପ୍ତାହ ପର୍ଯ୍ୟନ୍ତ ଡାଳିମ୍ବ ପ୍ରତିଦିନ ଖାଆନ୍ତି,  ତେବେ ଶରୀରରେ ରକ୍ତଚାପ  ନିୟନ୍ତ୍ରଣରେ ରହିଥାଏ ।ଏହା ସହିତ ଲୋ ବ୍ଲଡପ୍ରେସର ଏବଂ ହାଇ ବ୍ଲଡପ୍ରେସର ସମସ୍ୟା ମଧ୍ୟ ବହୁ ପରିମାଣରେ ଦୂର ହୋଇଯାଏ ।

– ଡାଳିମ୍ବରେ  ଆଣ୍ଟି-ଇଫ୍ଲାମେଟୋରୀ ଗୁଣ ମିଳିଥାଏ ।ଯାହା ଶରୀରକୁ ମେଦବହୁଳତା ଏବଂ ଟାଇପ୍-୨ ମଧୁମେହରୁ ରକ୍ଷା କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।