CM-PM

ପୁନର୍ବାର ହାତ ମିଳେଇ ପାରନ୍ତି ବିଜେଡି ଓ ବିଜେପି 

ଭୁବନେଶ୍ୱର(ଏଏନଏସ): ଦୁଇ ହଜାର ବର୍ଷ ତଳେ ବିଜୁ ଜନତା ଦଳ ଓଡିଶାରେ କ୍ଷମତାକୁ ଆସିଥିଲା। କେନ୍ଦ୍ରରେ ଥିବା ବାଜପେୟୀ ସରକାରଙ୍କ ଲୋକପ୍ରିୟତା ଓ ନିର୍ମଳ ଶାସନର ଦ୍ୱାହି ଦେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓ ବିଜେପି ରାଜ୍ୟ ଶାସନ ଭାର ସମ୍ଭାଳିଥିଲେ। ମିଳିତ ସରକାରରେ ଉଭୟ ଦଳର ନେତୃ ମଣ୍ଡଳୀ ରାଜ୍ୟ କ୍ୟାବିନେଟ୍ ରେ ମନ୍ତ୍ରୀ ପାଦ ଗ୍ରହଣ କରି କ୍ଷମତାରେ ଭାଗୁଆଳି ହୋଇଥିଲେ। ମାତ୍ର ୯ ବର୍ଷ ପରେ ଉଭୟ ରାଜନୈତିକ ଦଳ ମଧ୍ୟରେ ମଧୁଚନ୍ଦ୍ରିକାର ପରିସମାପ୍ତି ଘଟିଥିଲା। ୨ ଦଳ ଅଲଗା ହେବା ପରେ ପରବର୍ତ୍ତୀ ନିର୍ବାଚନରେ ବିଜେପି ଆଶାନୁରୂପକ ସଫଳତା ପାଇଁ ପାରିନଥିଲା। ବିଜେପି କର୍ମୀମାନଙ୍କ ମଧ୍ୟରେ ବିଜେଡି ନେତୃତ୍ୱ ପ୍ରତି ତିକ୍ତ ମନୋଭାବ ରହିଥିଲେ ହେଁ ବିଜେଡି ନେତୃତ୍ୱ କେନ୍ଦ୍ରର ବିଜେପି ନେତୃତ୍ୱ ସହ ଉତ୍ତମ ବୁଝାବଣା ରଖି ରାଜ୍ୟରେ ନିରଙ୍କୁଶ ଶାସନ କରିବାରେ ଲାଗିଲା। ଇତି ମଧ୍ୟରେ ବିଜେପି ରାଜ୍ୟରେ ବିରୋଧୀ ଦଳର ମାନ୍ୟତା ପାଇଥିବା ବେଳେ ପୂର୍ବବତ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ବିଜେଡି ସୁପ୍ରିମୋଙ୍କ ଉତ୍ତମ ସମ୍ପର୍କ ରାଜ୍ୟରେ ବିଜେଡି ସହ ଆଗାମୀ ନିର୍ବାଚନରେ ରାଜ୍ୟ ବିଜେପି ହାତ ମିଳାଇବାକୁ ଯାଉଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। 

2024ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ବିଧାନସଭା କ୍ଷେତ୍ର ଗୁଡିକରେ ଆସନ ବଣ୍ଟୁଆରା କରି ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜ୍ୟ ଜନସାଧାରଣ ଏଥିପ୍ରତି କେତେ ସହମତି ଦେବେ ତାହା ନିର୍ବାଚନ ପରେ ଜଣାପଡିବ। 

ଅନ୍ୟମାନଙ୍କୁ ଜଣାନ୍ତୁ।