ପ୍ରକାଶ ପାଇଲା ୨୦୨୪ ପାଇଁ ସରକାରୀ ଛୁଟି ତାଲିକା
ଆସନ୍ତା ୨୦୨୪ ପାଇଁ ପ୍ରକାଶ ପାଇଛି ସରକାରୀ ଛୁଟି ତାଲିକା। ଏଥିରେ ବିଭିନ୍ନ ପୂଜା ପାର୍ବଣ ସହ ଜାତୀୟ ଦିବସକୁ ମିଶାଇ ମୋଟ୍ ୩୦ ଟି ସରକାରୀ ଛୁଟି ରହିଛି। ଏନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ଛୁଟି ତାଲିକା ଜାରି ହୋଇଛି। ତାଲିକାରେ ୩୦ଟି ସରକାରୀ ଛୁଟି ଦିବସ ଓ ୬ଟି ଇଚ୍ଛାଧୀନ ଛୁଟି ଦିବସ ରହିଛି।