You are currently viewing ANS SUPERFAST 2@10

ANS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ରାଜ୍ୟରେ କ୍ରମାଗତ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ମୃତ୍ୟୁ ସଂଖ୍ୟାରେ ଦେଖା ଦେଉନି କୌଣସି ପରିବର୍ତ୍ତନ ।
୨. ରାଜ୍ୟର କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମରେ ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା ହେବ ।
୩. ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୦ । ଏ ନେଇ ବିଧିବଦ୍ଧ ଭାବେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ନୂଆ ଆଇନ କାର୍ଯ୍ୟକାରୀ
ହୋଇଛି।
୪. ଏଣିକି ଓଡ଼ିଶା ୱାନ୍ ପୋର୍ଟାଲରେ ଏକୀକରଣ ହେବ ସମସ୍ତ ପରିବହନ ଇ-ସେବା , ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପରିବହନ ବିଭାଗର ନିର୍ଦ୍ଦେଶ ।
୫. ବରଗଡ଼ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ପିତାଙ୍କୁ କଚାଡ଼ି ମାରିଲା ପୁଅ । ତଦନ୍ତ ଜାରି ରଖିଛି ପୋଲିସ ।
୬. ଭଦ୍ରକରେ ମାଟି ତଳୁ ବାହାରିଲା ଶିବଲିଙ୍ଗ । ପାର୍କ ନିର୍ମାଣ ପାଇଁ ମାଟି ଖୋଳୁଥିବା ସମୟରେ ସାମ୍ନାକୁ ଆସିଲା ଏହି ଦୃଶ୍ୟ ।
୭. ପାଟପୁର ଥାନା ନିସ୍ଥିପୁର କେନାଲରୁ ଉଦ୍ଧାର ଯୁବକଙ୍କ ମୃତ ଶରୀର । ୨ ଦିନ ହେବ ନିଖୋଜ ଥିବା କହିଛନ୍ତି ଘର ଲୋକ ।
୮. ବରମୁଣ୍ଡାରୁ ଚୋରୀ ହୋଇଥିବା ବସ୍ ମିଳିଲା ବ୍ରହ୍ମପୁରରୁ । ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ବସ୍ ମାଲିକ ।
୯. ଗଜପତି ଜିଲ୍ଲାର ଜଣେ ଅନାଥ ମାନସିକ ରୋଗାଗ୍ରସ୍ତ ଯୁବତୀ ଦୀର୍ଘ ୪ ବର୍ଷ ହେବ ପାଇଖାନା ଗୃହରେ ଜୀବନ ବିତାଉଛନ୍ତି ।
୧୦. ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅଞ୍ଚଳରୁ ବୁଦାମୂଳରୁ ମିଳିଲା ମହିଳାଙ୍କ ନରକଙ୍କାଳ । ପୋଲିସ ଏହାକୁ ଉଦ୍ଧାର କରି ଚିହ୍ନଟ ପାଇଁ ପଠାଇଛି ଏମକେସିଜି ଫରେନସିକ ଲ୍ୟାବ ।

ଅନ୍ୟମାନଙ୍କୁ ଜଣାନ୍ତୁ।