You are currently viewing ବିସ୍କ ଫାର୍ମ ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ରଶ୍ମିକା ମନ୍ଦନା 

ବିସ୍କ ଫାର୍ମ ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ରଶ୍ମିକା ମନ୍ଦନା 

ଭୁବନେଶ୍ୱର (ଏଏନଏସ): ବିସ୍କ ଫାର୍ମର ନୂଆ ଆମ୍ବାସାଡର ହେଲେ ରଶ୍ମିକା ମନ୍ଦନା | ଦେଶର ଅଗ୍ରଣୀ ବିସ୍କୁଟ୍‌ ଓ ବେକରି ବ୍ରାଣ୍ଡ୍‌ ବିସ୍କ ଫାର୍ମର ନୂଆ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ରଶ୍ମିକା ମନ୍ଦନାଙ୍କୁ ନିଯୁକ୍ତ କରାଯାଇଛି। ଏପରିକି ବର୍ତ୍ତମାନ କମ୍ପାନୀର ‘ରସ୍‌କିଟ୍‌’ ବ୍ରାଣ୍ଡ୍‌ର ପ୍ରଚାର ଅଭିଯାନରେ ରଶ୍ମିକାଙ୍କୁ ଦେଖିବାକୁ ମିଳିବ। ବିସ୍କ ଫାର୍ମର ପରିଚାଳନା ନିର୍ଦ୍ଦେଶକ ବିଜୟ ସିଂହ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି |

ବିଜୟ ସିଂହ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରଶ୍ମିକା ମନ୍ଦନାଙ୍କୁ ଆମର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ ଦେଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ନୂଆ ପିଢ଼ିର ଗ୍ରାହକଙ୍କ ସହ ତାଙ୍କର ଦୃଢ଼ ସମ୍ପର୍କ ତାଙ୍କୁ ଆମ ବ୍ରାଣ୍ଡ୍‌କୁ ପ୍ରତିନିଧିତ୍ୱ କରିବା ଏବଂ ପ୍ରମୁଖ ବଜାରରେ ଆମର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ ଉପଯୁକ୍ତ ବିକଳ୍ପ କରିପାରିଛି। ରଶ୍ମିକାଙ୍କ ସହ ଏକ ରୋମାଞ୍ଚକର ଯାତ୍ରା ପାଇଁ ଆମେ ଆଶା କରୁଛୁ, ଯେଉଁଥିରେ କାହାଣୀକୁ ଆକାର ଦେବା ସହିତ ଯଥେଷ୍ଟ ରାଜସ୍ବ ଅଭିବୃଦ୍ଧି ପାଇଁ ସମଗ୍ର ଦେଶରେ ଗ୍ରାହକଙ୍କ ସହ ଗଭୀର ସ୍ତରରେ ଯୋଗାଯୋଗ କରିବାରେ ଏକ ପ୍ରମୁଖ ଅଂଶୀଦାର ଭାବେ ଆମେ ଅପେକ୍ଷା କରିଛୁ।

ସେହିଭଳି ଏନେଇ ରଶ୍ମିକା ମଧ୍ୟ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ବିସ୍କ ଫାର୍ମ ହେଉଛି ଭାରତର ଦ୍ରୁତଗତିରେ ବୃଦ୍ଧି ପାଉଥିବା ଏଫ୍‌ଏମ୍‌ସିଜି ବ୍ରାଣ୍ଡ୍‌ ମଧ୍ୟରୁ ଅନ୍ୟତମ ଏବଂ ଅଭିବୃଦ୍ଧି ଓ ନବସୃଜନ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ମୋତେ ଗଭୀର ଭାବେ ଅନୁପ୍ରାଣିତ କରିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।