ମୁମ୍ବାଇ, ଡ୍ରଗ୍ ମାମଲାରେ ଗିରଫ ହୋଇଥିବା ହାସ୍ୟୋଭିନେତ୍ରୀ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ଜାମିନ ମିଳିଛି । ସୂଚନାଯୋଗ୍ୟ ଯେ, ଗତ ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇସ୍ଥିତ ଭାରତୀଙ୍କ ଘରେ ଚଢାଉ କରିଥିଲା। ଏହି ସମୟ ମଧ୍ୟରେ ସେଠାରୁ ଗଞ୍ଜେଇ ଉଦ୍ଧାର ହୋଇଥିଲା। ଯାଞ୍ଚ ସମୟରେ ପଚରାଉଚରା ବେଳେ ଭାରତୀ ସିଂ ସ୍ୱୀକାର କରିଛନ୍ତି ଯେ ସେ ଡ୍ରଗ୍ସ ସେବନ କରନ୍ତି । ଭାରତୀ ସିଂଙ୍କୁ ପ୍ରାୟ ୬ ଘଣ୍ଟା ପଚରାଉଚରା ପରେ ଗିରଫ କରାଯାଇଥିଲା। ଏହା ପରେ ବିଳମ୍ବିତ ରାତିରେ ତାଙ୍କ ସ୍ୱାମୀ ହର୍ଷଙ୍କୁ ମଧ୍ୟ ଗିରଫ କରାଗଲା। ଆଜି ଶୁଣାଣି ସମୟରେ କୋର୍ଟ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ
- Post published:November 23, 2020
- Post category:ମନୋରଞ୍ଜନ
- Reading time:1 mins read