You are currently viewing ଲାଞ୍ଚ ନେବା ବେଳେ ଗିରଫ ହେଲେ ବୋଲଗଡ ଜେଇ : ୪ଟି ସ୍ଥାନରେ ଭିଜିଲାନ୍ସର ଚଢାଉ

ଲାଞ୍ଚ ନେବା ବେଳେ ଗିରଫ ହେଲେ ବୋଲଗଡ ଜେଇ : ୪ଟି ସ୍ଥାନରେ ଭିଜିଲାନ୍ସର ଚଢାଉ

ଏଏନଏସ : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବୋଲଗଡ ଜେଇ । ଖୋର୍ଦ୍ଧା ବୋଲଗଡ କନିଷ୍ଠ ଯନ୍ତ୍ରୀ ନୃସିହ ନାଥ ପ୍ରଧାନ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୧୯ହଜାର ୨ଶହ ଟଙ୍କା ନେଉଥିବା ବେଳେ ଚଢାଉ କରିଥିଲା ଭିଜିଲାନ୍ସ ।
ସୂଚନା ଅନୁଯାଇ, ବୋଲଗଡର ଖଙ୍ଗୁରିଆ ଗ୍ରାମପ୍ରଞ୍ଚାୟତରେ ନିର୍ମାଣ ହୋଇଥିବା କଲଚରାଲ ସେଂଟରର ବିଲ ପାସ କରିବା ପାଇଁ ଉକ୍ତ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କର ୪ଟି ଠିକଣାରେ ଚଢାଉ କରାଯାଇଛି। ରେଡ ବେଳେ ତାଙ୍କ ସରକାରୀ ବାସଭବନରୁ ୨ଲକ୍ଷ ୧୬ହଜାର ୯ଶହ ଟଙ୍କା ଜବତ କରାଯାଇଛି। କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ କରୁଛି।

ଅନ୍ୟମାନଙ୍କୁ ଜଣାନ୍ତୁ।