You are currently viewing ଜିଏସଟି ତଥ୍ୟ ପ୍ରକାଶ କରିବା ବନ୍ଦ କରିଦେଲେ ସରକାର : ପ୍ରତ୍ୟେକ ମାସ ୧ରେ ହେଉଥିଲା ରିଲିଜ

ଜିଏସଟି ତଥ୍ୟ ପ୍ରକାଶ କରିବା ବନ୍ଦ କରିଦେଲେ ସରକାର : ପ୍ରତ୍ୟେକ ମାସ ୧ରେ ହେଉଥିଲା ରିଲିଜ

ଏଏନଏସ : କେନ୍ଦ୍ର ସରକାର ଜିଏସଟି ତଥ୍ୟ ପ୍ରକାଶ କରିବା ବନ୍ଦ କରିଦେଇଛନ୍ତି । ୨୦୧୭ରେ ଜିଏସଟି ଲାଗୁ ହେବା ପରେ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଜିଏସଟି ତଥ୍ୟ ପ୍ରକାଶ ପାଉଥିଲା । ଏହି ପକ୍ରିୟା ୭୪ମାସ ଧରି ଜାରି ହେଇଆସୁଥିଲା । କିନ୍ତୁ ଏବେ ଆଉ ମାସିକ ତଥ୍ୟ ପ୍ରାକଶ ପାଇବ ନାହିଁ । ହେଲେ କାହିଁକି  ଜିଏସଟି ତଥ୍ୟ ବନ୍ଦ କରାଯାଇଛି ତାହା କେନ୍ଦ୍ର ପକ୍ଷରୁ କୌଣସି କାରଣ ଦିଆ ଯାଇନାହିଁ ।

କେନ୍ଦ୍ର ସରକାର ଜୁଲାଇ୧,୨୦୧୭ରେ ସାରା ଦେଶରେ ଜିଏସଟି ଲାଗୁ କରିଥିଲେ । ଏହାପରେ ସରକାରଙ୍କ ତରଫରୁ ପ୍ରତିମାସ ପହିଲାରେ ଜିଏସଟି ଡାଟା ସାର୍ବଜନୀନ କରୁଥିଲେ । ଜିଏସଟିର ୭ବର୍ଷ ସମାପ୍ତ ହେବା ପରେ ଅର୍ଥ ମନ୍ତ୍ରାଳୟ ଗତ ୭ବର୍ଷ ମଧ୍ୟରେ ହୋଇଥିବା ସଫଳତା ବିଷୟରେ ପୋଷ୍ଟ କରିଥିଲେ ।

ଅନ୍ୟପଟେ ଜୁନ ମାସ ପାଇଁ ସରକାର ଜିଏସଟି ସଂଗ୍ରହ ତଥ୍ୟ ପ୍ରକାଶ କରିନାହାନ୍ତି । କିନ୍ତୁ ସରକାରୀ ସୂତ୍ରରୁ ପ୍ରକାଶ ଯେ ଜୁନ ମାସରେ ଜିଏସଟି ସଂଗ୍ରହ ୧.୭୪ଲକ୍ଷ କୋଟିରେ ପହଞ୍ଚିଛି, ଯାହା ଗତ ଆର୍ଥିକ ବର୍ଷର ଜୁନ ଠାରୁ ପ୍ରାୟ ୮ପ୍ରତିଶତ ଅଧିକ ।

ଗତବର୍ଷ ଜୁନ ମାସରେ ସରକାର ଜିଏସଟିରୁ ୧.୬୧ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଥିଲେ । ତେବେ ଯଦି ଆମେ ମେ ୨୦୨୪ର ସଂଗ୍ରହକୁ ଦେଖିବା ତେହେଲେ ସରକାର ଜିଏସଟିରୁ ୧.୭୩ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଥିଲେ । ଅର୍ଥାତ ମେ ଏବଂ ଜୁନର ସଂଗ୍ରହ ପ୍ରାୟ ସମାନ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।