You are currently viewing ବଙ୍ଗୋପସାଗରରେ ଲଘୁଚାପ, ଆସିପାରେ ବାତ୍ୟା ‘ହମୁନ୍ ‘

ବଙ୍ଗୋପସାଗରରେ ଲଘୁଚାପ, ଆସିପାରେ ବାତ୍ୟା ‘ହମୁନ୍ ‘

ଏଏନ୍ଏସ୍; ବଙ୍ଗୋପସାଗରରେ ଆରମ୍ଭ ହୋଇଛି ଲଘୁଚାପ। ସ୍କାଏମେଟ୍ କରିଥିବା ଆକଳନ ଅନୁସାରେ ଏହା ଘନୀଭୂତ ହୋଇ ଆସନ୍ତାକାଲି ଅବପାତର ରୂପ ନେବ। ପରେ ଅକ୍ଟୋବର ୨୩ରେ ଏହା ଗଭୀର ଅବପାତ ରୂପ ନେଇପାରେ। ଏହାପରେ ୨୪-୨୫ ତାରିଖରେ ବାତ୍ୟା ରୂପ ନେଇପାରେ। ହେଲେ IMD ବାତ୍ୟା ନେଇ କୌଣସି ଆକଳନ କରିନାହିଁ । ଯଦି ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୁଏ ତେବେ ଏହି ବାତ୍ୟାର ‘ହମୁନ୍ ‘ ନାଁ  ରହିବ।

ଅନ୍ୟପଟେ ଦକ୍ଷିଣପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଛି ଗଭୀର ଅବପାତ। ଆଜି ଏହା ବାତ୍ୟାର ରୂପ ନେଇ ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେବ। ଦକ୍ଷିଣ ଓମାନ ଓ ପାର୍ଶ୍ବବର୍ତ୍ତୀ ୟେମେନ ଉପକୂଳ ଦେଇ ବାତ୍ୟା ‘ତେଜ୍ ‘ ଅତିକ୍ରମ କରିବ।

ଅନ୍ୟମାନଙ୍କୁ ଜଣାନ୍ତୁ।