You are currently viewing ଶୁଭ ମୁହୂର୍ତ୍ତରେ ଖୋଲିଛି ରତ୍ନ ଭଣ୍ଡାର : ଭିତରକୁ ପ୍ରବେଶ କଲେ ୧୧ଜଣିଆ ଟିମ୍‌

ଶୁଭ ମୁହୂର୍ତ୍ତରେ ଖୋଲିଛି ରତ୍ନ ଭଣ୍ଡାର : ଭିତରକୁ ପ୍ରବେଶ କଲେ ୧୧ଜଣିଆ ଟିମ୍‌

ଏଏନଏସ : ଶୁଭ ମୁହୂତ୍ତ ଦେଖି ଖୋଲିଛି ରତ୍ନ ଭଣ୍ଡାର । ଆଜି ପୂର୍ବାହ୍ନ ୯ଟା ୫୧ମିନିଟ୍‌ରେ ଖୋଲିଛି ଶ୍ରୀମନ୍ଦିରର ରତ୍ନ ଭଣ୍ଡାର । ପ୍ରଥମେ ଲୋକନାଥ ମହାପ୍ରଭୁକଙ୍କୁ ପୂଜାର୍ଚ୍ଚନା କରାଯିବା ରେ ଜଉମୁଦ ଲାଗିଥିବା ଚାବିରେ ତାଲା ଖୋଲାଯାଇଥିଲା । ଏହାପରେ ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥଙ୍କ ନେତୃତରେ ୧୧ଜଣିଆ ଟିମ୍ ପ୍ରବେଶ କରିଥିଲେ । ତାଙ୍କ ସହ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଏବଂ ଏସପି ପ୍ରବେଶ କରିଥିବାରକ ଜଣା ପଡିଛି ।

ସେହିପରି ସ୍ନେକ ହେଲ୍ପ ଲାଇନ, ଓଡ୍ରାଫ ଟିମ୍ ମଧ୍ୟ ରତ୍ନଭଣ୍ଡାର ଭିତରକୁô ଯାଇଛନ୍ତି । ଭିତର ଭଣ୍ଡାରକୁ ଆଲୋକିକରଣ କରାଯିବା ସହ ପୁରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯୀଇଛି । ଏହାପରେ ଭିତର ରତ୍ନଭଣ୍ଡାରର ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ କରାଯିବ । ସ୍ଥାନାନ୍ତର ଶେଷ ପରେ ନୂଆ ରତ୍ନଭଣ୍ଡାରକୁ ଜଉମୁଦ ଦେଇ ସିଲ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।