You are currently viewing ଜାନୁଆରୀ ୨୬ପୂର୍ବରୁ ଓଡିଶାରେ ୫ଜି

ଜାନୁଆରୀ ୨୬ପୂର୍ବରୁ ଓଡିଶାରେ ୫ଜି

ନୂଆଦିଲ୍ଲୀ ୨୯/୧୨, ଆସନ୍ତା ଜାନୁୟାରୀ ୨୬ ପୂର୍ବରୁ ୫ଜି ସେବା ଆରମ୍ଭ ହେବ । ଏ ନେଇ ଘୋଷଣା କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଓଡିଶାକୁ ପ୍ରଥମ ପର୍ଯ୍ୟାୟରେ ୫ଜି ସେବା ମିଳିବ ବୋଲି କହିଥିଲି । ଯାହା ଖୁବଶୀଘ୍ର ପୂରଣ ହେବାକୁ ଯାଉଛି । ଅନ୍ୟପଟେ ଭୁବନେଶ୍ୱର ଷ୍ଟେସନ ହେବ ବିଶ୍ୱସ୍ତରୀୟ । ଜର୍ମାନୀ, ଜାପାନ ଭଳି ଝଲକ ଦେଖିବାକୁ ମିଳିବ । ଏ ନେଇ ଟେଣ୍ଡର ହୋଇଛି, ଖୁବଶୀଘ୍ର କାମ ଆରମ୍ଭ ହେବ । ସେପଟେ, ସେ ଆହୁରି କହିଛନ୍ତି ରେଳର ବିକାଶ ପାଇଁ ଆଦୌ ରାଜନୀତି ନ ହେଉ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟାରେ କହିଛନ୍ତି । ସାଢେ ୪କୋଟି ଓଡିଆଙ୍କ ବିକାଶ ଦାୟିତ୍ୱ ନରେନ୍ଦ୍ର ମୋଦୀ ନେଇଛନ୍ତି । ରାଜନୀତିରୁ ଉଦ୍ଧ୍ୱର୍ ରହି ବିକାଶ ପ୍ରତି ଧ୍ୟାନ ଦିଆଯାଉ । ଅର୍ଥ, ଜମି, ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ହୋଇପାରିବ । ରାଜ୍ୟ ସରକାର ଜମି ପାଇଁ ଅନୁମତି ଦେଲେ ପ୍ରକଳ୍ପ ଆଗେଇବ । ରେଲୱେ ଓ ଟେଲିକମ୍ କ୍ଷେତ୍ରରେ ଅବହେଳା ଅଭିଯୋଗ ଆସୁଛି । ପୂର୍ବରୁ ପ୍ରକଳ୍ପ ପାଇଁ ଓଡିଶାକୁ ୮୦୦ କୋଟି ଦିଆଯାଉଥିଲା । ଏବେ ମୋଦୀଜୀ ୧୦ହଜାର କୋଟି ଟଙ୍କା ଦେଲେଣି । କାହାର ସାହାସ ଅଛି ଓଡିଶାକୁ ଅବହେଳା କଥା କହିପାରିବେନି । ଯେତେ ଟଙ୍କା ଦରକାର ବିନିଯୋଗ କରିବାକୁ ନରେନ୍ଦ୍ର ମୋଦୀ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।