Aadhaar

୩ ମାସ ବୃଦ୍ଧି ପାଇଲା ମାଗଣା ଆଧାର ଅପ୍‌ଡେଟ୍‌ 

ଏଏନଏସ: ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ମାଗଣାରେ ଆଧାର ବିବରଣୀ ଅପ୍‌ଡେଟ୍‌ କରିବାର ସମୟସୀମାକୁ ୨୦୨୪ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।ଏହା ଦ୍ୱାରା ମାଇଁ ଆଧାର ପୋର୍ଟାଲ୍ ଜରିଆରେ ଲୋକମାନେ ଆଧାର ବିବରଣୀକୁ ମାଗଣାରେ ଅପ୍‌ଡେଟ୍ କରିପାରିବେ। ଅନ୍‌ଲାଇନ୍‌ରେ ଆଧାର ଅପ୍‌ଡେଟ୍‌ ମାଗଣା ଥିବା ବେଳେ ଯେକୌଣସି ଆଧାର କେନ୍ଦ୍ରରେ ସେହି କାର୍ଯ୍ୟ କରିବା ପାଇଁ ୨୫ ଟଙ୍କା ଫି’ ରଖାଯାଇଛି।

ଖବର ଅନୁଯାୟୀ ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍‌ଡେଟ୍‌ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି। ଆଧାର ସମ୍ପର୍କିତ ଠକେଇ ରୋକିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକମାନେ ଅନ୍‌ଲାଇନ୍‌ରେ ନିଜ ନାମ, ଠିକଣା, ଜନ୍ମ ତାରିଖ, ଲିଙ୍ଗ, ଫୋନ୍ ନମ୍ବର, ଇ-ମେଲ୍ ଠିକଣା, ଫଟୋ, ନେତ୍ରପିତୁଳା ଏବଂ ବାୟୋମେଟ୍ରିକ୍ ତଥ୍ୟକୁ ଅପ୍‌ଡେଟ୍‌ କରିପାରିବେ।

ଅନ୍ୟମାନଙ୍କୁ ଜଣାନ୍ତୁ।