LIC

LIC ଆଣିଲା ଶସ୍ତା ହୋମ ଲୋନ୍, ଏହି ସ୍କିମ୍ ଦ୍ୱାରା ସହଜରେ କିଣିପାରିବେ ନିଜ ଘର

ଘରଟିଏ କିଣିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱପ୍ନ । ପ୍ରତ୍ୟେକ ବ୍ୟକ୍ତିଙ୍କ ଇଛା ରହିଥାଏ ନିଜ ଇନକମ୍ ରୁ ଘରଟିଏ କିଣିବା ପାଇଁ କିନ୍ତୁ ଆଜିକାଲି ଅଧିକା ଖର୍ଚ୍ଚ କାରଣରୁ ଏହା ସମ୍ଭବ ହୋଇପାରୁ ନାହିଁ । ସେହିଭଳି ଯଦି ଆମକୁ କୌଣସି ଯାଗା କିଣିବାକୁ ପଡ଼ିଥାଏ ତେବେ ଆମକୁ ଲୋନ ନେବାକୁ ପଡ଼ିଥାଏ । ଯଦି ଆପଣ କୌଣସି ପ୍ରପଟି ଅର୍ଥାତ ଯାଗା କିଣିବା ପାଇଁ ପ୍ଲାନିଂ କରୁଛନ୍ତି ତେବେ ଏଲଆଇସି ଆପଣମାନଙ୍କ ପାଇଁ ଏକ ସୁଯୋଗ ନେଇଆସିଛି । ସୂଚନା ମୁତାବକ ଏଲଆଇସି ହାଉସିଂଗ ଫାଇନାନ୍ସ ପକ୍ଷରୁ ଶସ୍ତାରେ ହୋମ୍ ଲୋନ୍ ଘୋଷଣା କରାଯାଇଛି । ଯଦି ଆପଣ ଏଲଆଇସିରୁ ହୋମ ଲେଶନ୍ନେଉଛନ୍ତିତେବେ ଆପଣଙ୍କୁ ନୁ୍ୟନତମ ସୁଧ ୬.୬୬% ଦେବାକୁ ପଡ଼ିବ ।

ଏଲଆଇସି ଏଚଏଫଏଲ ପକ୍ଷରୁ ଗତ ଜୁଲାଇ ମାସରେ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋମ୍ ଲୋନ୍ ପାଇଁ ୬.୬୬ ପ୍ରତିଶତ ସୁଧ ଅଫର୍ କରିଥିଲା । କମ୍ପାନୀ ଅଲଗା ଅଲଗା ଦାମରେ କମ ସିଭିଲ୍ ସ୍କୋର ଥିବା ବ୍ୟକ୍ତିଙ୍କୁ ହିଁ ଏହି ହୋମ୍ ଲୋନ୍ ର ସୁବିଧା ଦେଉଛି ।

ଏଲଆଇସି ଏଚ ଏଫ୍ ଏଲ ଅନୁଯାୟୀ, ଯେଉଁ ବ୍ୟକ୍ତିମାନଙ୍କ ସିଭିଲ୍ସ୍କୋର ୭୦୦ କିମ୍ବା ଏହାଠାରୁ ଅଧିକ ସେହି ବ୍ୟକ୍ତିଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ଏହି ଲୋନ୍ ଏକ ସିମୀତ ସମୟ ପାଇଁ ରହିଛି, ଯାହା ୨୨ ସେପ୍ଟେମ୍ବରରୁ ଆସନ୍ତା ୩୦ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ରହିଛି ।

ଯଦି ଆପଣ ଏଲଆଇସି ଏଚଏଫଏଲ ରୁ ହୋମ ଲୋନ୍ ପାଇଁ ଆବେଦନ କରୁଛନ୍ତି ତେବେ ଆପଣଙ୍କ ସମ୍ପତିର ୯୦ ପ୍ରତିଶତ ପର୍ଯ୍ୟନ୍ତ ହୋମ୍ ଲୋନ୍ ମିଳିପାରିବ । ଯଦି ୩୦ ରୁ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲେଶନ୍ ଆବେଦନ କରୁଛନ୍ତି ତେବେ ଆପଣଙ୍କ ପ୍ରପଟିର ୮୦ ପ୍ରତିଶତ ପର୍ଯ୍ୟନ୍ତ ଲୋନ ମିଳିବ । ଏହିକାରଣରୁ ଯେଉଁ ଲୋକମାନେ ନିଜର ନୂଆ ଘର କିଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ଲୋନ୍ ର ସୁବିଧା ଖୁବ୍ ସହାୟକ ହେବ । ଏହି ଲେଶନ୍ଦ୍ୱାରା ଆପଣ ଘର କିଣିବାର ସ୍ୱପ୍ନ ମଧ୍ୟ ପୂରଣ କରିପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।